ତାଳଗୁଡ଼ ଚାଷୀଙ୍କୁ ଉପକରଣ ବଣ୍ଟନ କଲେ କେନ୍ଦ୍ର ସୁକ୍ଷ୍ମ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ

ରା.ଉଦୟଗିରି: କେନ୍ଦ୍ର ସୁକ୍ଷ୍ମ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ଶବରପଲ୍ଲୀ ପଞ୍ଚାୟତ ଲୁବୁରୁସି˚ ଠାରେ ତାଳଗୁଡ଼ ଚାଷୀଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଛନ୍ତି। ମୋହନା, ନୂଆଗଡ଼, ରା.ଉଦୟଗିରି ଓ ରାୟଗଡ଼ର ତାଳଗୁଡ଼ ଚାଷୀଙ୍କୁ ୧୫ହଜାର ଟଙ୍କାର ତାଳଗୁଡ଼ ପ୍ରସ୍ତୁତି ଉପକରଣ ମିଳିଛି। ସ୍ଥାନୀୟ ଚାଷୀଙ୍କ ଜୀବନ ଜୀବିକାରେ ଉନ୍ନତି, ଆତ୍ମନିର୍ଭରଶୀଳ ହେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସବୁ ଉଦ୍ୟମ ବୋଲି ଦର୍ଶାଇଥିଲେ କେନ୍ଦ୍ରମନ୍ତ୍ରୀ। ଯେତେଦିନ ପର୍ଯ୍ୟନ୍ତ କୁଟୀର ଶିଳ୍ପର ପୁନରୁଦ୍ଧାର କରାଯାଇନି ଏବ˚ ନୂତନ ସୃଷ୍ଟି କରାଯାଇନି ସେତେଦିନ ପର୍ଯ୍ୟନ୍ତ ଭାରତବର୍ଷରେ ଚାଷୀଙ୍କ ଉନ୍ନୟନ ଅସମ୍ଭବ। ଆଉ ଏହାର ବିକାଶ ପାଇଁ କେନ୍ଦ୍ର ସରକାର ସୁକ୍ଷ୍ମ ଓ ଲଘୁ ଉଦ୍ୟୋଗ ମାଧୢମରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଆର୍ଥିକ ଅବସ୍ଥାରେ ଦ୍ରୁତ ପରିବର୍ତ୍ତନ ଆଣିବାକୁ ଚାହୁଁଛି।

ସ୍ଥାନୀୟ ଉତ୍ପାଦନ ବୃଦ୍ଧି କର, କ୍ରେତା ବଦଳରେ ବିକ୍ରେତା ହୁଅ ଓ ସ୍ବଦେଶୀ ଦ୍ରବ୍ୟ ହିଁ ଭାରତବର୍ଷର ବିକାଶ କରିପାରିବ ବୋଲି ଚାଷୀଙ୍କୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ତେବେ ଅଞ୍ଚଳରେ ମକା ଚାଷର ପ୍ରାବଲ୍ୟ ଥିବାବେଳେ ୨୦ବର୍ଷରେ ରାଜ୍ୟ ସରକାର କୃଷକଙ୍କ ପାଇଁ ମକା ଶିଳ୍ପର ପ୍ରକ୍ରିୟାକରଣ ପରିକଳ୍ପନା କରାନଯିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ତେବେ ପ୍ରତି ପରିବାର ପାଇଁ ରୋଜଗାର ସହ ସ˚ସ୍ଥାନ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। କେନ୍ଦ୍ର ସରକାର ଆଣିଥିବା ଚାଷୀନୀତି ଚାଷୀଙ୍କୁ କ୍ଷତି ବଦଳରେ ଅଧିକ ଲାଭ ପହଞ୍ଚାଇବ ବୋଲି ମତ ଦେଇଥିଲେ।
ଏଠାରେ ଉପସ୍ଥିତ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ମତ ଥିଲା ଯେ, ୨୦୧୨ରୁ ପ୍ରତିଷ୍ଠିତ ଏହି କେନ୍ଦ୍ରର ରୁଗ୍‌ଣ ଅବସ୍ଥା ପାଇଁ ବିଭାଗୀୟ କର୍ମଚାରୀ ଦାୟୀ। ମନ୍ତ୍ରୀ ଆସିବେ ବୋଲି ଆଜି ଯେଉଁ ତତ୍ପରତା ଦେଖାଦେଇଛି ଏଭଳି ତତ୍ପରତା ଆଗାମୀ ଦିନରେ ରହିଲେ ହିଁ ତାଳଗୁଡ଼ ଚାଷୀଙ୍କ ଉନ୍ନୟନ ପରିକଳ୍ପନା ସମ୍ଭବ ହୋଇପାରିବ।

ତେବେ ଏହି ଅଞ୍ଚଳରେ ଅଧିକ ପରିମାଣର ମକାଚାଷ କରାଯାଉଥିବାବେଳେ ମକା ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହନ ଦେବା ଭଳି କିଛି ଉଦ୍ୟମ ହେଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଠିକ୍‌ ସେହିଭଳି ଶବରପଲ୍ଲୀ ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ରଇତ ମଧୢ ଏହି ଗୋଟିଏ ଦିନ ଅଫିସରଙ୍କ ଦେଖା ମିଳୁଥିବାବେଳେ ଚାଷୀଙ୍କ ସ୍ବାର୍ଥ ବୁଝିବା ପାଇଁ କାହାର ଦେଖା ନମିଳିବା ଚାଷୀଙ୍କୁ ଏହି ଶିଳ୍ପ ପ୍ରତି ବିମୁଖ କରୁଛି ବୋଲି କହିଥିଲେ।

ପରୀ ମାମଲାରେ ରାଜ୍ୟ ସରକାରଙ୍କ ତଦନ୍ତ ସନ୍ତୋଷଜନକ ନୁହଁ ଏବ˚ ଏହାକୁ ସିବିଆଇ ଦ୍ବାରା ତଦନ୍ତ କରାଗଲେ ପରୀକୁ ନ୍ୟାୟ ମିଳିବ ବୋଲି କହିଥିଲେ ଶ୍ରୀ ଷଡ଼ଙ୍ଗୀ। ଅନ୍ୟମାନଙ୍କ ମଧୢରେ ଉପ-ଜିଲ୍ଲାପାଳ ସ˚ଗ୍ରାମ କେଶରୀ ପଣ୍ତା, ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ସମେତ ତାଳଗୁଡ଼ ସମବାୟର ପରିଚାଳନା ନିର୍ଦ୍ଦେଶକ ଚିଦାନନ୍ଦ ମିଶ୍ର ଓ ଅନ୍ୟମାନେ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର