ରାଉରକେଲା: ସେକ୍ଟର-୧୩ ମେଲଣ ପଡିଆରେ ଆରମ୍ଭ ହୋଇଥିବା ବିଶାଳ ବାଣିଜ୍ୟ ମେଳା ‘ବିଗ୍ ବଜାର’ ଉଦ୍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଦିଲୀପ ରାୟ ଯୋଗଦେଇ ନିଜ ବକ୍ତବ୍ୟରେ ଏଭଳି ବାଣିଜ୍ୟ ମେଳା ସହର ବାସୀଙ୍କ ବିଭିନ୍ନ ଆବଶ୍ୟକତା ପୁରଣ କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ ଏବଂ ଆଗାମି ଦିନରେ ଆହୁରି କିଭଳି ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ ତାହା ଉପରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । ସମାନ୍ନିତ ଅତିଥି ଭାବେ ଗୃହସ୍ତି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଗଣେଶ ବାଗଡିଆ ଯୋଗଦେଇ ବାଣିଜ୍ୟ ମେଳାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲୋ ଏହି ପରିପ୍ରେକ୍ଷୀରେ ଶ୍ରୀ ବାଗଡିଆ ସେକ୍ଟର-୧୩ ମେଲଣ ପଡିଆକୁ ସୁରକ୍ଷା ଦୃଷ୍ଟିରୁ ପାଚେରୀ ଦ୍ୱାରା ଆବଦ୍ଧ କରିବା ସହ ଶୌଚାଳୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ମତପୋଷଣ କରିଥିଲେ । ଏହି ମେଳାରେ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ରିୟା ଦେ ଯୋଗଦେଇ ଏଭଳି ମେଳାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ରାୟ ଓ ଶ୍ରୀ ବାଗଡିଆଙ୍କ ଦ୍ୱାରା ରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସନ୍ଧ୍ୟାରେ ଓ୍ଵାଇଏମ୍ଏଫ୍ଆଇ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫେସନ ସୋ’ ଅନୁଷ୍ଠିତ ହୋଇଥିଲା। କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯକ୍ରମକୁ ସଂପାଦକ ବିବେକାନନ୍ଦ ଦାସ ସଂଯୋଜନା କରିଥିଲେ । ଏଥିରେ ଲିନୁ ବିଶ୍ୱାଳ ଓ ଝୁନୁ ନାୟକ ସହଯୋଗ କରିଥିଲେ। କୋରିଓଗ୍ରାଫର ହର୍ଷିତା ମୁଦୁଲି ଓ ସେର ଖାନ୍ଙ୍କ ନିର୍ଦ୍ଦେଶନାରେ ଫେସନ ସୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଭିନେତ୍ରୀ ରିୟା ମଧ୍ୟ ନିଜର କମାଲ ଦେଖାଇଥିଲେ। ଅତିଥି ଭାବେ ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ହରିହର ରାଉତରାୟ, ଓକିଲ ସଂଘ ସଭାପତି ରମେଶ ବଳ ଓ ଗୃହସ୍ତି ଉଦ୍ୟୋଗର ମାର୍କେଟିଂ ନିର୍ଦ୍ଦେଶକ ଏସ୍.ସି ରାଠୋର ଉପସ୍ଥିିତ ଥିଲେ । ପ୍ରାରମ୍ଭରେ ମେଳାର ଆୟୋଜକ ଶ୍ରୀମାଳୀ ସେଲସ୍ ଓ ମାର୍କେଟିଂର ନିର୍ଦ୍ଦେଶକ ଚୌଧୁରୀ ଦୀପକ ଦାସ ଅତିଥିଙ୍କୁ ସ୍ୱାଗତ କରିଥିଲେ । ମେଳା ଆୟୋଜନରେ ଚୌଧୁରୀ ଅଶୋକ ଦାସଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। କାର୍ଯ୍ୟକ୍ରମରେ ମେଳାର ସଂଯୋଜକ ସଂଜୀବ ଦାସ, ରାଉରକେଲା ଯୁବ ଶକ୍ତି ସଭାପତି ବ୍ୟାସଦେବ ନାଥ, ରମେଶ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।
ଫ୍ୟାସନ୍ ସୋ’ରେ ଅଭିନେତ୍ରୀ ରିୟାଙ୍କ କମାଲ
ବାଣିଜ୍ୟ ମେଳା ବିଗ୍ ବଜାର ଉଦ୍ଯାପିତ
/sambad/media/post_attachments/wp-content/uploads/2017/12/riya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)