ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ପାଢେଲ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ ଭ୍ୟାନ୍ ଗଛରେ ପିଟି ହୋଇଥିବା ବେଳେ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ବେଳେ ପାଢେଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିକ୍ଅପ ଭ୍ୟାନ୍ଟି ପିଟି ହୋଇ ଯାଇଥିଲା। ଫଳରେ ଗାଡି ଚାଳକଙ୍କ ସମେତ ଅନ୍ୟ ଜଣକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
/sambad/media/media_files/2024/11/25/4X3MnkMuwD78wPtOOkJh.jpeg)
ଜଣଙ୍କର ମୃତଦେହ ପାଟଣାଗଡ଼ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ଅନ୍ୟ ଜଣେ ମୃତକ ଗଛ ମଝିରେ ଫସି ରହିଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣା: ଡିଏଫଓଙ୍କୁ ତାଗିଦ୍
ଘଟଣା ସ୍ଥଳରେ ପାଟଣାଗଡ଼ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ବ୍ରାହ୍ମଣିଜୋର ଗ୍ରାମର ନିତ୍ୟାନନ୍ଦ ବାଗ ଓ ସିଂହା ମୁଣ୍ଡା ଗ୍ରାମର ଜଲ ସାହୁ। ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ: ଗୋପାଳପୁର ବନ୍ଦରରେ ଆଇଏନଏସ କୁଠାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/25/BNXVuwwBAJBjf6r00gp1.jpeg)