ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଶିଆଁ ପଞ୍ଚାୟତ ଖଙ୍କର ଗାଁରେ ପାଣିରେ ବୁଡି ବାପା-ଝିଅଙ୍କର ମୃତ୍ୟୁ | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ମହେଶ୍ୱର ନାୟକ, ଆଠ ବର୍ଷୀୟ ଝିଅ ମନ୍ଦାକିନୀ ନାୟକଙ୍କୁ ନେଇ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଅସାବଧାନତା ବଶତଃ ଝିଅର ଗୋଡ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲା। ଝିଅକୁ ବଞ୍ଚେଇବାକୁ ଯାଇ ବାପା ମହେଶ୍ବର ବି ପୋଖରୀକୁ ଡେଇଁପଡ଼ିଥିଲେ | ତେବେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି |
ଏନେଇ ଜଣାପଡିବା ପରେ ଗଁଦିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା । ପ୍ରଥମେ ଶ୍ରୀରାଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟ ବାପା ଓ ଝିଅଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ ସେଠାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା, ସେଠାରେ ଡାକ୍ତର ବାପା ଝିଅକୁ ମୃତ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/4727216d-4044-4190-84c8-7da8a050d7d7.jpg)