କେନ୍ଦ୍ରାପଡା: ହାଇଓ୍ଵା ଓଲଟିବାରୁ ବାପ-ଝିଅଙ୍କ ମୃତ୍ୟୁ, ସ୍ଥାନୀୟ ଅଚଂଳରେ ରାସ୍ତାରୋକ

କେନ୍ଦ୍ରାପଡ଼ା: ଜାତୀୟ ରାଜପଥ ୫ ନମ୍ବରରେ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇଛନ୍ତି ବାପ-ଝିଅ। ଦୁର୍ଘଟଣା ଘଟିବା ପୂର୍ବରୁ ମା’ ପରିସ୍ରା ପାଇ ଯାଇଥିବାରୁ ସେ ବର୍ତ୍ତି ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ବହୁ ସମୟ ଧରି ଅଟକି ଥିଲା।

ରିପୋର୍ଟ ଅନୁସାରେ ସୁଶାନ୍ତ ନାୟକ (୩୫) ନିଜର ସ୍ତ୍ରୀ ଓ ପୁଅ-ଝିଅଙ୍କୁ ନେଇ ନିଜର ଭଉଣୀ ଘରକୁ ଆଜି ସକାଳୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ସେମାନେ ଘର କେନ୍ଦ୍ରାପଡ଼ାର ନସିଡିପୁର ଗାଁକୁ ଫେରୁଥିଲେ। ଫେରିବା ବାଟରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗଡ଼ା ନିକଟରେ ହାଇଓ୍ଵା ଧକ୍କା ଦେଇଥିଲା। ଫଳରେ ୭ ବର୍ଷୀୟ ଝିଅ ନନ୍ଦିନୀ (୭ ବର୍ଷ)ଙ୍କ ସହ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ରାସ୍ତାରୋକ କରିଥିଲେ। ଉପ-ଜିଲ୍ଲାପାଳ ସଂଜୟ ମିଶ୍ର ଘଟଣାସ୍ଥଳରେ ପହଂଚି ଶବ ସଂସ୍କାର ପାଇଁ ୨୦ ହଜାର ଟଙ୍କା ସହାୟତା ଦେବା ପରେ ରାସ୍ତା ଅବରୋଧ ହଟିଛି।

ସମ୍ବନ୍ଧିତ ଖବର