ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନଥାନା ପୁଲିସ ଦ୍ବାରା ୨୪ କେଜି ୪୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ପୁଲିସ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରୁଥିଲେ। ପାହାଡ଼ୀ ମନ୍ଦିର ଛକରେ ପୁରୁଣା ବସ୍ତିର ଅଗରିଆପଡ଼ାର ଭଗବାନ ପଟେଲ( ୫୮) ଓ ତାଙ୍କ ପୁତ୍ର ସାନ୍ତନୁ ପଟେଲ(୩୧) ଏକ ହୋଣ୍ଡା ଆକ୍ଟିଭାରେ ଯାଉଥିବା ବେଳେ ପୁଲିସ ଯାଞ୍ଚର ସମ୍ମୁଖୀନ ହୋଇଥିଲେ। ଏମାନଙ୍କଠାରୁ ଦୁଇଟି ବଡ଼ ବସ୍ତାରେ ଗଞ୍ଜେଇଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଆକ୍ଟିଭା (ଓଡି-୨୩ଇ-୪୪୨୭)କୁ ଜବତ କରିଛି।
୨୪ କେଜି ଗଞ୍ଜେଇ ସହ ବାପ ପୁଅ ଗିରଫ
/sambad/media/post_attachments/wp-content/uploads/2021/04/753bee36-baec-4798-b4a2-daac43a94384.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)