ଗୁଣପୁରରେ କରୋନାର ବିଭୀଷିକା: ବାପାଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ଆଖି ବୁଜିଲେ ପୁଅ  

ରାୟଗଡ଼ା: ଗୁଣପୁରରେ କରୋନା ସ୍ଥିତି ସଙ୍ଗିନ୍ ହେବାରେ ଲାଗିଛି। ୨୪ ଘଣ୍ଟା ଭିତରେ କରୋନା ଆକ୍ରାନ୍ତ ବାପା, ପୁଅଙ୍କ ମୃତ୍ୟୁ ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶୁକ୍ରବାର ମଧ୍ୟାହଣ୍ ୧୨ଟାରେ ବାପୁ ସାହୁ (୪୭)ଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ସକାଳ ୮ଟାରେ ଚନ୍ଦ୍ରଶେଖର ସାହୁ (୭୦) ଙ୍କ ଜେକେପୁର କୋଭିଡ଼୍ ହସପିଟାଲରେ ମୃତ୍ୟୁ ହୋଇଛି। ପ୍ରଶାସନା ସହାୟତାରେ କୋଭିଡ଼୍ ନିୟମନିୁଯାୟୀ ଉଭୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ସରକାରୀ ଭାବେ ଉଭୟଙ୍କ ମୃତ୍ୟୁକୁ ନେଇ କୌଣସି ଘୋଷଣା ହୋଇନି।

ଗୁଣପୁରରେ ସାହୁ ଇଲେ‌କଟ୍ରୋନକ୍ସି୍ ଦୋକାନ କରିଥିବା ବାପୁ ସାହୁ ଓ ତାଙ୍କ ବାପା ଚନ୍ଦ୍ରଶେଖର ସାହୁ କରୋନାରେ ଆକ୍ରାନ୍ତ ହେବା ପରେ ବୁଧବାର ରାତିରେ ଚିକିତ୍ସା ପାଇଁ ଜେକେପୁର କୋଭିଡ଼୍ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଗୁରୁବାର ରାତିରେ ବାପୁଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା। ଶୁକ୍ରବାର ସକାଳେ ବାପୁ ଛାତିର ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ମଧ୍ୟାହଣ୍ ୧୨ଟାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପରିବାର ଲୋକ ଖବର ପାଇ କୋଭିଡ଼୍ ହସପିଟାଲରେ ପହଞ୍ଚି ମର ଶରୀର ଚିହ୍ନଟ କରି ପ୍ରଶାସନକୁ ହସ୍ତାନ୍ତର କରିବା ପରେ ସଂଧ୍ୟାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ସେହିପରି ବାପା ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଶୁକ୍ରବାର ରାତିରେ ସଙ୍କଟାପନ୍ନ ହୋଇ ପଡ଼ିଥିଲା। ଡାକ୍ତରୀ ଟିମଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଶନିବାର ସକାଳ ୮ଟାରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଥିଲା। ବାପା, ପୁଅଙ୍କ ବିୟୋଗରେ ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଉଭୟଙ୍କ ମୃତ୍ୟୁ ଖବର ଗୁଣପୁରରେ ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ନିକଟରେ ବାପୁ ସାହୁ ବ୍ୟାଙ୍କରୁ ଋଣ ଗୁଣପୁର ବ୍ଲକ ସିରିଝୋଳି ଗ୍ରାମରେ ଏକ ମସଲା ଫ୍ୟାକ୍ଟ୍ରି ନିର୍ମାଣ କରି ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତୁତି ଚଲାଇଥିଲେ। ମସଲା ଫ୍ୟାକ୍ଟ୍ରି ମେସିନ୍ ଇନଷ୍ଟାଲସେନ୍ ପାଇଁ ବାହାର ରାଜ୍ୟର ଟେକ୍ନିସିଆନ୍ ଆସିଥିବାରୁ ବାପୁ ଉକ୍ତ ଟେକ୍ନିସିଆନଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା ଚର୍ଚ୍ଚା ହେଉଛି। ମୃତ ବାପୁଙ୍କ ପରିବାରର ଅନ୍ୟ ୨ ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇ ଗୃହ ସଙ୍ଗରୋଧରେ ଅଛନ୍ତି।

ସମ୍ବନ୍ଧିତ ଖବର