କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇତିପୁର ଗ୍ରାମରେ ଗୁରୁବାର ବାପାର ଛୁରାମାଡରେ ପୁଅ ଗୁରୁତର ହୋଇଛି। ପିତାର ନାମ ସୁନାକର ମଲ୍ଲିକ ଓ ଗୁରୁତର ପୁଅର ନାମ ପ୍ରମୋଦ କୁମାର ମଲିକ୍ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜି ସକାଳେ ଇତିପୁର ଗ୍ରାମରେ ବସବାସ କରୁଥିବା ସୁନାକର ମଲ୍ଲିକ ମଦ ପିଇ ଘରକୁ ଆସିଥିଲେ। ଏହି ସମୟରେ ମଦନିଶାରେ ପୁଅ ପ୍ରମୋଦ କୁମାରକୁ ଛୁରାମାଡ କରଥିଲେ। ବାପାର ଛୁରାମାଡରେ ପୁଅ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲେ। ସ୍ଥାନୀୟଲୋକେ ତୁରନ୍ତ ପ୍ରମୋଦକୁ ନେଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/591550-murder-case-071017.jpg)