ମହାନଦୀରେ ଭାସିଗଲେ ବାପା, ଝିଅ ; ପୁଅକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସମ୍ବଲପୁର : ସମ୍ବଲପୁର ଦଳେଇପଡ଼ା ଘାଟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଗୋଟିଏ ପରିବାରର ୨ ପିଲା ଓ ବାପା ମହାନଦୀରେ ଭାସିଯାଇଛନ୍ତି । ତେବେ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ପୁଅ (୧୫ ବର୍ଷ)କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।  ବାପା ଓ ଝିଅଙ୍କ ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ । ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ନିଖୋଜ ବାପାଙ୍କ ନାମ ମହମ୍ମଦ ଅଲତାଫ (୪୦) ବର୍ଷ ଓ ଝିଅର ନାମ ରୁକସାନା ପରବିନ (୧୨ ବର୍ଷ) ବୋଲି ଜଣାପଡ଼ିଛି । ଉଦ୍ଧାର ହୋଇଥିବା ପୁଅର ନାମ ମହମ୍ମଦ ଅଫତାବ (୧୫ ବର୍ଷ) ବୋଲି ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର