କାଶୀପୁର: ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ମାଙ୍କଡ଼ ଝୋଲା ଗାଁ ନିକଟରେ ଆଜି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ହେବାରୁ ଏଥିରେ ନକଟିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁଳସୀ ଛପର ଗ୍ରାମର ସମ୍ବରୁ ମାଝୀ (୫୫) ଜୀବନ ହାରିଛନ୍ତି। ସେ ନିଜର ୨ ପୁଅ କର ମାଝୀ(୨୮) ଓ ଅଖିଳ ମାଝୀ(୨୫)ଙ୍କ ସହ ବାଇକ୍ (ଓଆର ୧୮ବି-୮୫୮୯)ରେ ଦଶମନ୍ତପୁର ଥାନା ଅନ୍ତର୍ଗତ ଟିକିରାପଡା ଗ୍ରାମରୁ ନିଜ ଗାଁ ତୁଳସୀ ଛାପର ଅଭିମୁଖେ ଘରକୁ ଫେରୁଥିଲେ। କର ଓ ଅଖିଳଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଟିକିରାପଡା ଗ୍ରାମରୁ ନିଜ ଗାଁ ତୁଳସୀ ଛାପର ଅଭିମୁଖେ ଘରକୁ ଫେରୁଥିଲେ। ସେମାନେ ଟିକିରି ଥାନା ଅନ୍ତର୍ଗତ ମାଙ୍କଡ଼ ଝୋଲା ଗାଁ ନିକଟରେ ପହଂଚିଥିବା ବେଳେ ଏକ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ନମ୍ବର ବିହୀନ ଟ୍ରାକ୍ଟର ଶୁକ୍ରୀପୁଟ ଗାଁ ଛକ ଠାରେ ଏକ ବୁଲାଣିରେ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ସମ୍ବରୁଙ୍କର ମୃତ୍ୟୁ ଘଟିଥିଲା।
କର ମାଝୀଙ୍କର ଗୋଟିଏ ଗୋଡ଼ର ଜଙ୍ଘ ଭାଙ୍ଗି ଥିବା ବେଳେ ଶରୀର ଅନ୍ୟ ସ୍ଥାନଗୁଡ଼ିକରେ ଗଭୀର କ୍ଷତି ହେଇଯାଇଛି। ସେହିପରି ସାନ ପୁଅ ଅଖିଳ ମାଝୀଙ୍କର ମୁହଁରେ ଆଘାତ ଲାଗିଛି। ଉକ୍ତ ଘଟଣାର ଖବର ଶୁଣି ଅଞ୍ଚଳର ଲୋକ ୧୦୮ ଆମ୍ବୁଲେନ୍ସକୁ ଡକାଇ ପ୍ରଥାମିକ ଚିକିତ୍ସା ପାଇଁ ଟିକିରି ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରଥାମିକ ଚିକିତ୍ସା ପରେ କର ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅଖିଳଙ୍କର ସ୍ଥିତିରେ ସୁଧାର ଆସିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରଥାମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/kashipur.jpg)