ପୁଅର ଫୁଲକୁଣ୍ଡ ମାଡରେ ବାପ ମୃତ, ଫିନାଇଲ ପିଇ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଛି ସ୍ତ୍ରୀ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଦିଲ୍ଲୀପ ଗିରି(୪୦)ର ଫୁଲ କୁଣ୍ଡ ମାଡରେ ବାପ କାର୍ତ୍ତିକ ଗିରୀ (୬୫) ର ଲଖନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଛି। ଅପରପକ୍ଷେ ଦିଲ୍ଲୀପର ସ୍ତ୍ରୀ ନିଲମ ଗିରି ଫିନାଇଲ ପିଇ ଜୀବନ ମୃତ୍ୟୁ ସହିତ ବେଲପାହାଡ଼ଟି ଆର ଏଲ ହସ୍ପିଟାଲ ରେ ସଂଘର୍ଷ କରୁଥିବା ରେଙ୍ଗାଲି ଥାନା ଅଧିକାରୀ କେ ସମାରିଆ ସୂଚନା ଦେଇଛନ୍ତି। ଏନେଇ ମା ଗୀତା ଗିରୀ ବାଧ୍ୟ ହୋଇ ପୁଅ ନାମରେ ରେଙ୍ଗାଲି ଥାନାରେ ଅଭିଯୋଗ ଦେଇଥିବା ପୁଲିସ ସୂଚନା ଦେଇଛି।
ପୁଲିସ ସୂଚନା ଅନୁସାରେ ଦିଲ୍ଲୀପ ଗିରୀ କୌଣସି କଥାକୁ ନେଇ ତାର ସ୍ତ୍ରୀ ନିଲମ ସହିତ ସକାଳେ ଝଗଡା ହୋଇଥିଲା। ଝଗଡା ପରେ ଦିଲ୍ଲୀପ ଘରୁ ବାହାରି ଗାଁ ଭିତରକୁ ଯାଇଥିଲା। ପ୍ରାୟ ଦିନ ୧୧ଟା ବେଳକୁ ଘରକୁ ଦିଲ୍ଲୀପ ଫେରିଥିଲା।

ଘରେ ପହଁଚିବା ପରେ ନିଲମ ଫିନାଇଲ ପିଇ ଦେଇଥିବା କହିବାରୁ ଦିଲ୍ଲୀପ ତା ଉପରେ ପାଟି କରିଥିଲା। ଏହି ସମୟରେ କାର୍ତ୍ତିକ ଘରେ ଥିଲା। ବୋହୂକୁକୁ ପୁଅ ଗଲିଦେଉଥିବା ଦେଖି ଦିଲ୍ଲୀପ ଉପରେ ଗାଳି ଦେବାରୁ ଦିଲ୍ଲୀପ ହଠାତ ରାଗି ଯାଇଥିଲା। ନିକଟରେ ଥିବା ଏକ ଫୁଲ କୁଣ୍ଡା ଆଣି କାର୍ତ୍ତିକକୁ ପିଟି ଦେବାରୁ ବୁଢ଼ା ତଳେ ପଡିଯାଇଥିଲା।ସେ ଜଣେ ହୃଦ ରୋଗୀ ଥିବାରୁ ସଂଜ୍ଞାହୀନ ହେବା ଦେଖି ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନରିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ।ଅପର ପକ୍ଷେ ନିଲ ମ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ପୂର୍ବାହ୍ନ ସାଢେ଼ ୧୧ରେ ଘଟିଛି।

ସମ୍ବନ୍ଧିତ ଖବର