ଗୋପ/କୋଣାର୍କ: ଗୋପ ବ୍ଲକ୍ ପିଣ୍ଡୋଳ ଗ୍ରାମରେ ବାଣ ଭିଡୁଥିବା ବେଳେ ବିସ୍ପୋଣର ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ବାପା ହୋଇଥିବା ବେଳେ ଆହତ ଜଣକ ତାଙ୍କ ପୁଅ ବୋଲି ଜଣାଯାଇଛି। ଗୁରୁତର ଅବସ୍ଥାରେ ପୁଅଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପିଣ୍ଡୋଳ ଗ୍ରାମର ରଞ୍ଜିତ ବିଶ୍ୱାଳ( ୫୮ ବର୍ଷ) ଓ ତାଙ୍କ ପୁଅ ବାପି ବିଶ୍ୱାଳ(୨୫ ବର୍ଷ) ଆଜି ସକାଳ ୮ଟା ବେଳେ ନିଜ ଦୋମହଲା ଘରର ଛାତ ଉପରେ ବାଣ ଭିଡୁଥିବା ବେଳେ ଅଚାନକ୍ ଏକ ହାତବୋମା ବିସ୍ଫୋରଣ ଘଟିଥିଲା। ବିସ୍ପୋରଣ ଏତେ ତୀବ୍ର ଥିଲାରେ ଯେ ଉଭୟ ରଞ୍ଜିତ ଓ ବାପି ଗୁରୁତର ଭାବେ ଆହତ ହୋଇଥିଲେ। ବାପିଙ୍କର ଡାହାଣ ହାତ ଛିଡ଼ି ଯାଇଥିବା ବେଳେ ଦେହର ମାଂସ ଖଣ୍ଡ ଛାତ ଉପରେ ଓ ଗାଁ ଦାଣ୍ଡରେ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚାରିଛକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରଞ୍ଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ବାପିଙ୍କୁ ସେଠାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର