ନୂଆପଡ଼ା: ଗାଧୋଇ ଫେରିବା ବେଳେ ବଜ୍ରପାତ, ବାପା ମୃତ, ପୁଅ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଘଡିଆଳ ଥାନା ଅନ୍ତର୍ଗତ ଝୋଲପଦର ଗାଁରେ ଆଜି ସକାଳେ ଗାଧୋଇ ଫେରୁଥିବା ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଛି। ବାପାଳଙ୍କ ସାଙ୍ଗରେ ଥିବା ତାଙ୍କର ୩ ବର୍ଷର ପୁଅ ବଜ୍ରପାତ ରେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଏହାକୁ ନେଇ ସମଗ୍ର ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟିି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଝୋଲପଦର ଗାଁର ଧୁକୁ କୁଞ୍ଜି(୨୭ ବର୍ଷ) ଆଜି ସକାଳ୧୦ଟା ସମୟରେ ନିଜର ୩ ବର୍ଷର ପୁଅ ସହିତ ନିକଟସ୍ଥ ପୋଖରିରୁ ଗାଧୋଇ ଫେରୂୁଥଇିବା ବେଳେ ଅଚାନକ କାଳବୈଶାଖେୀ ଝଡ଼ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ଧୁକୁ କୁଞ୍ଜିଙ୍କର ଘଟଣାସ୍ଥଳରେ ହିଁ ଁ ମୃତ୍ୟୁ ଘଟିଛିି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର