ଘରୋଇ କଳି: ବୋହୁ ହାତରେ ଶ୍ୱଶୁର ପ୍ରାଣ ଗଲା, ଅଭିଯୁକ୍ତ ଗିରଫ

ବାରିପଦା: ଘରୋଇ କଳିରୁ ବୋହୂ ହାତରେ ଶ୍ୱଶୁର ପ୍ରାଣ ଗଲା। ଆଜି ସକାଳୁ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୬ କାଳୀ ମନ୍ଦିର ସାହିରେ ଏପରି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କାରଣରୁ ଅଭିଯୁକ୍ତ ବୋହୂ ଜୟନ୍ତୀ ଭୂୟାଁ(୨୭) ତାଙ୍କ ଶ୍ୱଶୁର ବିଜୟ କୁମାର ଆଇଚ(୭୮)ଙ୍କ ସହିତ ଆଜି ସକାଳୁ ପାଟିଗୋଳ କରିଥିଲେ। ଏନେଇ ଜୟନ୍ତୀ ବିଜୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ତାଙ୍କ ସ୍ୱାମୀ ତଥା ମୃତକଙ୍କ ପୁଅ ଦେବରାଜ ଆଇଚ(୪୮) ଥାନାରେ ଅଭିଯୋଗ କରିଛନ୍ତି।

ବୋହୂର ଆକ୍ରମଣରେ ବିଜୟ ପଡିଯାଇଥିଲେ। ତାଙ୍କ ମୁଣ୍ଡ ନିକଟରେ ଥିବା ଏକ ବସ୍ତୁରେ ବାଜି ଫାଟିଯାଇଥିଲା। ସଙ୍ଗେ ସଂଗେ ତାଙ୍କୁ ସ୍ଥାନିୟ ପିଆରଏମ ମେଡିକାଲକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ଦେବରାଜଙ୍କ ଅଭିଯୋଗକ୍ରମେ ପୁଲିସଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜୟନ୍ତୀଙ୍କୁ ଗିରଫ କରିଥିବା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର