ସୋର: ବାଲେଶ୍ବର ଜିଲ୍ଳା ସୋରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଏକ ହୁଣ୍ଡାଇ କାର୍‌ ବାଇକକୁ ପଛରୁ କାର ଧକ୍କା ଦେବାରୁ ବାଇକ ଆରୋହି ଶଶୁର ଓ ବୋହୂ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନାଯୋଗ୍ୟ, ସୋର ପୌରାଞ୍ଚଳ ରାଇପୁର ଗ୍ରାମର ଶ୍ୟାମସୁନ୍ଦର ସାହୁ ଓ ତାଙ୍କ ବୋହୂ ତୁଳସୀ ରେଖା ତ୍ରିପାଠୀ ନିଜ ବାଇକ ଯୋଗେ ସବିରାରୁ ଘରକୁ ଫେରୁଥିବା ସମୟରେ ଏହି ଛକ ନିକଟରେ ୨୩ବିଏଚ୩୦୧୨ବି ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଆଇ୨୦ କାର ତାଙ୍କୁ ପଛରୁ ଧକା ଦେଇ ଫେରାର ହୋଇଯାଇଥିଲା। ଫଳରେ ଉଭୟ ଶଶୁର ଓ ବୋହୂ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଡେପୁଟି ଫାୟାର ଅଫିସରଙ୍କ ଗାଡ଼ିରେ ସୋର ଡାକ୍ତରଖାନକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।