ଝାରସୁଗୁଡ଼ା: ବଡ଼ମାଲ ଥାନା ଅଧିନରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ ଟାରେ ଏକ ହତ୍ୟାକାଣ୍ଡ ଘଟିଛି। ଏହି ଥାନା ବୃନ୍ଦାମାଲ ଗଣ୍ଡପଡ଼ା ଠାରେ ବୈକୁଣ୍ଠ ମରେଇ(୩୦ ) ନାମକ ଜଣେ ଯୁବକ ନିଜ ବାପା ସୁରତ୍ମରେଇ(୬୫)ଙ୍କ ମୁଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ତାର ମା ନୃପତି ମରେଇ(୬୦) ବଡ଼ମାଲ ଥାନାରେ ଅଭିଯୋଗ କରିଛି।
ବଡ଼ମାଲ ଆଇଆଇସି ଅମିତାଭ ପଣ୍ଡାଙ୍କ ସୂଚନା ଅନୁଯାୟୀ ଆଜି ଅପରାହ୍ନ ସାଢ଼େ ୨ ଟାରେ ଅଭିଯୁକ୍ତ ବୈକୁଣ୍ଠ ଘରେ ତାର ବାପାଙ୍କ ସହିତ ଗଣ୍ଡଗୋଳ ହୋଇଥିଲା ଓ ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ବାପାର ମୁଣ୍ଡରେ ଚୋଟ ପକାଇ ଥିଲା। ଆଘାତ ପରେ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ନୃପତି ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।
ଏ ନେଇ ନୃପତି ସନ୍ଧ୍ୟା ୫.୪୫ରେ ବଡ଼ମାଲ ଥାନାରେ ଏକ ଲିଖିତ ଏତଲାରେ ତାଙ୍କ ଏକମାତ୍ର ପୁଅ ତାଙ୍କ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ଗ୍ରହଣ କରି ଥାନା କେସ୍ ନମ୍ବର ୧୧୧ରେ ୩୦୨ ଦଫାରେ ମାମଲା ରୁଜୁ କରିଥିବା ପ୍ରକାଶ। ହତ୍ୟାପରେ ବୈକୁଣ୍ଠ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଅଭିଯୁକ୍ତ ପୂର୍ବରୁ ୨୦୧୯ରେ ମଧ୍ୟ ତାର ବାପାଙ୍କୁ ହତ୍ୟା ଉଦ୍ୟମ କରି ଓ ଏକ ଚୋରି ମାମଲାରେ ଜେଲ ଯାଇଥିବା ଆଇଆଇସି ଶ୍ରୀ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/axe.jpg)