ଗଂଜାମ: ପୁଅର କାଠ ଫାଳିଆ ମାଡ଼ରେ ବାପର ମୃତ୍ୟୁ

ବ୍ରହ୍ମପୁର: ପାରିବାରିକ କଳହକୁ କେନ୍ଦ୍ର କରି ରବିବାର ବାପକୁ ପୁଅ କାଠଫାଳିଆରେ ଆକ୍ରମଣ କରିଛି। ସୂଚନା ଅନୁସାରେ ଗଂଜାମ ଜିଲ୍ଲାର ବୁଗୁଡ଼ା ଥାନା ଅନ୍ତର୍ଗତ ଗଉଡିଆବରଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ବାପର ମୃତଦେହ ଉଦ୍ଧାର କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର