ରାଉରକେଲା: ଘରୋଇକଳିକୁ କେନ୍ଦ୍ରକରି ପୁଅର କାଠ ଫାଳିଆ ମାଡରେ ବାପର ମୃତ୍ୟୁ ହୋଇଛି। ଏମିତି ଅଭାବନୀୟ ଘଟଣା ଘଟିଛି ବିଶ୍ରା ବ୍ଲକରେ। ମୃତ ଜଣକ ହେଲେ ବିଶ୍ରା ଥାନା ଅନ୍ତର୍ଗତ ବାଙ୍ଗରୁକେଲାର ମଙ୍ଗଲ ମୁଣ୍ଡାରୀ (୫୫)। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବିଶ୍ରା ଡାକ୍ତରଖାନାକୁ ପଠାଇଛି। ଆସନ୍ତାକାଲି (ଶୁକ୍ରବାର) ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ହତ୍ୟାକାରୀ ପୁଅ ବୁଧରାମ ମୁଣ୍ଡାରୀ (୨୯)କୁ ପୁଲିସ ଗିରଫ କରିବା ସହ ରକ୍ତଭିଜା କାଠ ଫାଳିଆକୁ ଜବତ କରିଛି। ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଉଭୟ ବାପା ମଙ୍ଗଲ ଓ ପୁଅ ବୁଧରାମ ଘର ଆଗରେ ବସିଥିଲେ। ପରିବାର କୌଣସି କଥାକୁ ନେଇ ଉଭୟ ବାପ-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ପୁଅ ଘର ଆଗରେ ପଡିଥିବା କାଠ ଫାଳିଆ ଆଣି ବାପ ମଙ୍ଗଳକୁ ପ୍ରାଣାତ୍ମକ ଆକ୍ରମଣ କରିଥିଲେ। ଗୁରୁତର ମଙ୍ଗଳକୁ ପଡୋଶୀମାନେ ଉଦ୍ଧାର କରି ବିଶ୍ରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କାଠ ଫାଳିଆରେ ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ
ହତ୍ୟାକାରୀ ପୁଅ ଗିରଫ, ରକ୍ତଭିଜା କାଠ ଫାଳିଆ ଜବତ
/sambad/media/post_attachments/wp-content/uploads/2021/11/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)