ଖଡ଼ିଆଲ/ନୂଆପଡ଼ା: ଖଡ଼ିଆଳ ଥାନା ଅନ୍ତର୍ଗତ କୋଟାମାଲରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରାକ୍ଷସ ବାପା ନିଜ ୮ବର୍ଷ ବୟସର ଝିଅଙ୍କୁ ପନଖିରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖଡ଼ିଆଳ ପୁଲିସ ଖବର ପାଇଁ ଗାଁକୁ ପହଞ୍ଚି ଝିଅର ମୃତଦେହକୁ ଜବତ କରିଥିବା ଜଣାପଡିଛି। ହତ୍ୟା କରି ରାକ୍ଷସ ବାପା ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।

Advertisment

ସୂଚନା ଅନୁଯାୟୀ ଖଡ଼ିଆଳ ଥାନା ଅନ୍ତର୍ଗତ କୋଟମାଲ ଗ୍ରାମର ମହେନ୍ଦ୍ର କେତକୀଙ୍କ ୮ବର୍ଷରୁ ଝିଅ ସରିତାଙ୍କ ମୃତ୍ୟୁ ଘଟିଛି। ମହେନ୍ଦ୍ର କୌଣସି କାରଣକୁ ରାଗିଯାଇ ଘରେ ଥିବା ଏକ ପନଖିରେ ଝିଅର ବେକକୁ ହାଣି ହତ୍ୟା କରିଛି। ପରେ ମୃତ ଝିଅର ବଡ଼ବାପା ଖବର ପାଇଁ ତୁରନ୍ତ ଖଡ଼ିଆଳ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ଟିମ୍‌ ନେଇ ଗାଁକୁ ଯାଇ ସରିତାର ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟା କରିଥିବା ପନଖିକୁ ମଧ୍ୟ ଜବତ କରାଯାଇଛି। ମୃତଦେହ ଶନିବାର ବ୍ୟବଛେଦ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। କେଉଁ କାରଣ ହେତୁ ବାପା ଜଣେ ୮ବର୍ଷର ଝିଅଙ୍କୁ ହତ୍ୟା କରିଛନ୍ତି ପୁଲିସ ତଦନ୍ତ କଳାପରେ ଜଣାପଡିବ।