ଝାରସୁଗୁଡ଼ା: କେଉଁଠି ଯୁବା ବୟସର ଉଦ୍ଦାମତାରେ ପୁଅ ବୟସ୍କ ବାପାକୁ ପିଟି ପିଟି ମାରି ଦେଉଛି ତ କେଉଁଠି ବୋହୁର ସୁରକ୍ଷା ପାଇଁ ପୁଅକୁ ବାପାମାଆ ହତ୍ୟ୍ୟା କରିଥିବା ପରି ଘଟଣା ଘଟିଛି। ବିଶେଷ କରି ଗତ ୧ ମାସ ମଧ୍ୟରେ ପ୍ରାୟ ଡଜନେ ସରିକି ଏହି ପରି ଘଟଣାରେ ମାନବୀୟ ସମ୍ପର୍କ ଛିନ୍ନ ହେଉଥିବା ନଜରୁ ଆସିଛି। ତେବେ ଆଜି ଆଉ ଏକ ଅଭାବନୀୟ ଘଟଣା ବାପପୁଅର ସମ୍ପର୍କକୁ ଅତ୍ୟନ୍ତ ତଳସ୍ତରକୁ ନେଇ ଯାଇଛି । ମାତ୍ର ୫ ବର୍ଷର ପୁଅକୁ ଘରେ ପୁରାଇ ପିଟିପିଟି ମାରିଦେଇଛି ଅଧମ ବାପା। ଆଉ ପୁଅକୁ ମାରି ସାରିବା ପରେ ଘର ଛାଡ଼ି ଫେରାର ହୋଇଯାଇଛି ଅଭିଯୁକ୍ତ ବାପା। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲାରେ।
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଭୁଷିମାଲ ଗ୍ରାମର ପ୍ରଦୀପ ନାୟକ ଅଭିଯୋଗ କରିଛନ୍ତି ଯେ ନିଶାସକ୍ତ ଅବସ୍ଥାରେ ଗତକାଲି ରାତିରେ ତାଙ୍କ ପୁଅ ଦିନେଶ ଘରକୁ ଫେରିଥିଷଳ। ଘରକୁ ।ଫରି ଦିନେଶ ପରିମବାରର ସମସ୍ତଙ୍କୁ ଗାଳିଗୁଲଜ କରିବା ସହିତ ମାରପିଟ୍ କରିଥିଲେ।ଏପରିକି ଦିନେଶଙ୍କ କ୍ରୋଧରୁ ତାଙ୍କର ୫ ବର୍ଷର ପୁଅ ମଧ୍ୟ ରକ୍ଷା ପାଇ ନ ଥିଲା। ଦିନେଶଙ୍କ ମାଡ଼ରେ ଶୁଭମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଲଇକେରା ଡାକ୍ତରଖାନା ଓ ଝାରସୁଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା। ରାତି ପ୍ରାୟ ସାଢ଼େ ୧ଟା ବେଳେ ଚିକିତ୍ସତ ଅବସ୍ଥାରେ ଶୁଭମର ମୃତ୍ୟୁ ଘଟିଛି। ପୁଅକୁ ମାରି ସାରିବା ପରେ ଦିନେଶ କେଉଁଆଡେ ପଳାଇ ଯାଇଥିବା ପ୍ରଦୀପ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Father-Killed-Son_Thumbnail.jpg)