ନୂଆପଡ଼ା: ଚାଷ ଜମିରେ ୮ ବର୍ଷର ଝିିଅକୁ ବଳି ଦେଲା ବାପା!

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଡେକୁନପାଣି ଗ୍ରାମରେ  ନିଜ ୮ ବର୍ଷର ଝିଅକୁ ଚାଷ ଜମିରେ ହାଣି ହତ୍ୟା କରିଛି ବାପା।  ହଠାତ ଉତ୍ତେଜିତ ହୋଇ  ବାପା ନିଜ ଝିଅକୁ ହତ୍ୟା କରିଥିବା ପୁଲିସ କହୁଥିବା ବେଳେ  ବାପା ନିଜ ଚାଷ ଜମିରେ ଝିଅକୁ ବଳି ଦେଇଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡେକୁନପାଣି ଗ୍ରାମର ରାମଚନ୍‌ ପହରିଆ (୩୬ ବର୍ଷ) ଗତ ୨୬ ତାରିଖ ଅପରାହ୍ଣରେ ନିଜ ଚାଷ ଜମିକୁ  କାମ କରିବାକୁ ଯାଇଥିବା ବେଳେ ସାଙ୍ଗରେ  ୮ ବର୍ଷର ଝିଅ ଜମୁନା ବାଇ ପହରିଆଙ୍କୁ ନେଇ ଯାଇଥିଲା। ତେବେ ସେଠାରେ ସେ କୌଣସି କାରଣରୁ ଟାଙ୍କିଆରେ ଜମୁନାବାଇଙ୍କୁ ହାଣି ହତ୍ୟା କରି ଥିଲା। ପରେ ଘରକୁ ପେରି ଆସିଥିଲା। ଏ ସମ୍ପର୍କରେ ଗତକାଲି ସନ୍ଧ୍ୟାରେ କୋମନା ପୁଲିସ ଖବର ପାଇ ଚାଷ ଜମିରେ ପଡ଼ିଥିବା ଜମୁନା ବାଇଙ୍କ ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ରାମଜନ୍‌ ପହରିଆଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରୁଛି।

ଅପରପକ୍ଷେ ରାମଚନ୍‌ କୌଣସି ଗୁଣିଆଙ୍କ କଥାରେ ପ୍ରରୋଚିତ ହୋଇ ତାଙ୍କ ନିଜ ଝିଅକୁ ଚାଷ ଜମିରେ ବଳି ଦେଇଥିବା ସମଗ୍ର କୋମନା ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର