ଜୟପୁର: ଗତ ଜୁନ ମାସ ୨୧ ତାରିଖ ଦିନ କୋରାପୁଟ ଜିଲ୍ଲା କୋଟପାଡ଼-କୁସୁମୀ ରେଳ ଷ୍ଟେସନ ମଝିରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ୍ ପୁଲିସ। ଟ୍ରେନ୍ରେ କଟି ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟି ନ ଥିଲା, ବରଂ ସେମାନଙ୍କୁ ଅନରକିଲିଂ ପରେ ପ୍ରମାଣ ନଷ୍ଟ ପାଇଁ ରେଳଧାରଣାରେ ଫିଙ୍ଗି ଦିଆଯାଇଥିଲା। ପ୍ରେମିକଙ୍କୁ ଠେଙ୍ଗାରେ ପିଟି, ଫାର୍ସାରେ ହାଣି ହତ୍ୟା କରିବା ପରେ ପ୍ରେମିକାକୁ ତାଙ୍କ ଚୁନୁରି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଆଉ ଏହି ଦୁଇଟି ହତ୍ୟାକାଣ୍ଡ ଘଟାଇଥିିଲେ ମୃତ ପ୍ରେମିକାର ବାପା, ଭାଇ ଓ ସମ୍ପର୍କୀୟମାନେ। ଏହି ଘଟଣାରେ ତଦନ୍ତ କରି ବୋରିଗୁମ୍ମା ପୁଲିସ ପ୍ରେମିକାର ବାପା ଭାଇଙ୍କ ସହିତ ମୋଟ୍ ୫ ଜଣଙ୍କୁ ଗିରଫ କରିଛି।
କୋରାପୁଟ୍ ଏସପି କେ ବି ସିଂହଙ୍କ ସୂଚନା ଅନୁଯାୟୀ, ବୋରିଗୁମ୍ମା ଥାନା ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗ୍ରାମର ପର୍ଶୁରାମ ମୁଦୁଲି ଓ ସେହି ଗ୍ରାମର ଧନମତି ମୁଦୁଲି କୁସୁମୀ ହାଇସ୍କୁଲରେ ଯଥାକ୍ରମେ ୮ମ ଓ ୭ମ ଶ୍ରେଣୀରେ ପଢ଼ନ୍ତି। ଉଭୟ କିଶୋରକିଶେରୀ ପରସ୍ପରକୁ ଭଲପାଉଥିଲେ। ମାତ୍ର ଏହା କିଶୋରୀ ଧନମତିଙ୍କ ପରିବାର ଲୋକଙ୍କ ପାଇଁ ଅସହ୍ୟ ଥିଲା। ସେମାନେ ପର୍ଶୁରାମଙ୍କୁ ଧନମତିଙ୍କ ଜୀବନରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଗତ ୨୦ ତାରିଖରେ ହାଟରୁ ସାଙ୍ଗ ହୋଇ ଫେରୁଥିବା ଧନମତି ଓ ପର୍ଶୁରାମଙ୍କୁ କୁସୁମୀ ରେଲେଓ୍ଵ ଟ୍ରାକ୍ ନିକଟସ୍ଥ ଏକ ଜଙ୍ଗଲିଆ ସ୍ଥାନକୁ ନେଇଯାଇଥିଲେ ଧନମତିଙ୍କ ବାପା ଓ ଭାଇ। ସେଠାରେ ସେମାନେ ପରସ୍ପରଠାରୁ ସବୁଦିନ ଅଲଗା ହେବା ପାଇଁ ପର୍ଶୁରାମ ଓ ଧନମତିଙ୍କୁ କହିଥିଲେ। ମାତ୍ର ସେମାନେ ପରସ୍ପର ଠାରୁ ଅଲଗା ହେବେ ନାହିଁ ବୋଲି କହିବା ପରେ ଧନମତିଙ୍କ ବାପା ମେଟା ମୁଦୁଲି, ଭାଇ ପୀତବାସ ମୁଦୁଲି, ସମ୍ପର୍କୀୟ ଭାଇ କୃଷ୍ଣ ମୁଦୁଲି, କମଳଲୋଚନ ମୁଦୁଲି ଓ ମନବୋଧ ମୁଦୁଲି ପର୍ଶୁରାମଙ୍କୁ ଠେଙ୍ଗାରେ ପିଟିବା ସହିତ ଫାର୍ସାରେ ଆକ୍ରମଣ କରିଥିଲେ। ପର୍ଶୁରାମଙ୍କ ପିଠିି, ଗୋଡ଼ ଓ ହାତରେ ଫାର୍ସା ଚୋଟ ପଡିଥିଲା। ଘଟଣାସ୍ଥଳରେ ପର୍ଶୁରାମ ମରିଯିବା ପରେ ସେମାନେ ଧନମତିଙ୍କ ବେକକୁ ସେ ବେକରେ ପକାଇଥିବା ଚୁନୁରୀରେ ବାନ୍ଧି ହତ୍ୟା କରିଥିଲେ। ଉଭୟଙ୍କୁ ହତ୍ୟା କରିବା ପରେଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଉଭୟ ମୃତଦେହକୁ ନେଇ ରେଲେଓ୍ଵ ଟ୍ରାକ୍ରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ।
/sambad/media/post_attachments/wp-content/uploads/2018/07/jaypur-300x156.jpg)
ଏହି ଘଟଣାର ୨୦ ଦିନ ପରେ ଗତ ଜୁଲାଇ ୧୦ ତାରିଖ ଦିନ ଗାଁ ଲୋକଙ୍କ ସହିତ ଧନମତିଙ୍କ ବାପା ମେଟା ମୁଦୁଲି ଏସପିଙ୍କୁ ଭେଟି ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥିଲା। ତେବେ ମେଟା ମୁଦୁଲିଙ୍କ କାର୍ଯ୍ୟକଳାପ ଓ ବୟାନରୁ ପୁଲିସର ସନ୍ଦେହ ତାଙ୍କ ଉପରେ ହୋଇଥିଲା। ଏହି ଘଟଣାରେ ଝିଅର ବାପା ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବାରୁ ସେମାନେ ସମସ୍ତ କଥା ମାନି ଯାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସପି ଶ୍ରୀ ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Jaypur-Murder_24.07.18_Thumbnail.jpg)