ବାପପୁଅଙ୍କୁ ମାଡ଼, ଅଭିଯୁକ୍ତକୁ ପୁଲିସ୍‌ର ସୁରକ୍ଷା !

ସମ୍ବଲପୁର: ଆକ୍ରମଣକାରୀଙ୍କୁ ଜମନକିରା ଥାନା ପୁଲିସ୍‌ ସୁରକ୍ଷା ଦେଉଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଗତ ୨୪ ଅକ୍ଟୋବରରେ ଫାସିମାଲ ଖଲିଆଗୋଡ଼ା ନିବାସୀ ୮୫ ବର୍ଷୀୟ ଜୟ ଧରୁଆଙ୍କ ବାଦାମ ଦୋକାନକୁୁ ଆସି ଗାଁ ସୁଧାଂଶୁ ଭରାସାଗର ଉଧାରି ବାଦାମ ମାଗିଥିଲା। ଜୟ ଉଧାରି ଦେବାକୁ ମନା କରିବାକୁ ସୁଧାଂଶୁ ପାଲଟା ବରଦାଙ୍କୁ ମାଡ଼ପିଟ କରିଥିଲା। ଘରୁ ବାହାରି ଆସି ତାଙ୍କ ପୁଅ ଓ ବୋହୂ ମନା କରିବାରୁ ସେମାନଙ୍କୁ ବି ଆକ୍ରମଣ କରିବାକୁ ପଛେଇ ନଥିଲା। ଆକ୍ରମଣରେ ଜୟ ଓ ତାଙ୍କ ପୁଅ ବରଦାଙ୍କ ହାତ ଭାଂଗି ଯାଇଛି।

ବରଦାଙ୍କ ପତ୍ନୀଙ୍କୁ ସେ ଅସଦାଚରଣ ଉଦ୍ୟମ କରିଥିଲା। ଏ ସଂକ୍ରାନ୍ତରେ ଜମନକିରା ଥାନାରେ ଏତଲା ଦିଆଯାଇଛି। ମାତ୍ର ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଅଭିଯୁକ୍ତକୁ ସୁଧାଂଶୁକୁ ସୁରକ୍ଷା ଦେଉଛି। ଏ ସଂକ୍ରାନ୍ତରେ ପୀଡ଼ିତ ପରିବାର ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର