ସହିଦଙ୍କ ପରିବାରକୁ ମିଳିଥିବା ଅନୁକମ୍ପା ରାଶି ହଡପ ଘଟଣାରେ ବାପ ପୁଅ ଗିରଫ

କାଲିମେଳା : କାଲିମେଳା ଥାନା ଅନ୍ତର୍ଗତ ବୁଦୁଗୁଡା ଗ୍ରାମର ସହିଦ ଯବାନ ରମେଶଙ୍କ ପରିବାରକୁ ମିଳିଥିବା ଅନୁକମ୍ପା ଅର୍ଥ ହଡପ ଘଟଣାରେ କାଲିମେଳା ପୁଲିସ ବାପ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି  । ଗିରଫ ଅଭିଯୁକ୍ତ ବାପ ପୁଅ ହେଲେ କାଲିମେଳା ପଂଚାୟତ ଅନ୍ତର୍ଗତ ଏମଭି ୯୦ ଗ୍ରାମର ଅନୁପ ସାହା ଓ ତାଙ୍କ ବାପା ଅମଲ ସାହା ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୦ ମସିହାରେ ବୁଦୁଗୁଡା ଗ୍ରାମର କେ. ପାର୍ବତୀ ଓ କେ. ପୁଲୱା ଙ୍କ ପୁଅ କେ. ରମେଶ ଛତିଶଗଡ ରେ ହୋଇଥିବା ଏକ ନକ୍ସଲ ଆକ୍ରମଣ ରେ ସହିଦ ହୋଇ ଯାଇଥିଲେ । ଏହା ପରେ ସହିଦ ଯବାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଅନୁକମ୍ପା ଅର୍ଥ ମିଳିଥିଲା । ମାତ୍ର ୨୦୧୨ ମସିହାରେ ଏକଥା ଜାଣିପାରି ଅନୁପ ସାହା ଏକ ଚିଟ ଫଣ୍ଡ ରେ ଟଙ୍କା ଜମାକଲେ ଅଧିକ ସୁଧ ମିଳିବ ବୋଲି ପ୍ରଲୋଭନ ଦେଖାଇ ସହିଦଙ୍କ ପରିବାର ନିକଟରୁ ୮ ଲକ୍ଷରୁ ଅଧିକ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ । କିନ୍ତୁ ଆଜି ପର୍ଯ଼୍ୟନ୍ତ ଟଙ୍କା ଟିଏ ନ ମିଳିବାରୁ ସହିଦ ରମେଶଙ୍କ ମା’ ପାର୍ବତୀ ବାଇ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ବାପ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି ।

ସମ୍ବନ୍ଧିତ ଖବର