ବୁର୍ଲା: ଗତ ଏପ୍ରିଲ ୨୬ ତାରିଖରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଭୁଲିଆ ସିକୁଆଁ ଗ୍ରାମର ରାଜେଶ ମେହେର (୨୯) ତାଙ୍କ ଦାନ୍ତ ସମସ୍ୟା ଯୋଗୁଁ ଭିମ୍ସାରକୁ ଆସିଥିଲେ। ଭିମ୍ସାର ଦନ୍ତରୋଗ ବିଭାଗର ଜଣେ ଡାକ୍ତର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବା ବଦଳରେ ତାଙ୍କୁ ଏକ ଘରୋଇ କ୍ଲିନିକକୁ ଯିବାକୁ ପରାମର୍ଶ ଦେଇଥିଲେ। ରୋଗୀ ଜଣକ ଡାକ୍ତରଖାନାରେ ମାଗଣା ସେବା ନପାଇ କାହିଁକି ଘରୋଇ କ୍ଲିନିକ୍କୁ ଯିବେ ବୋଲି ପ୍ରଶ୍ନ କରିବା ସହିତ ଘଟଣା ସଂକ୍ରାନ୍ତରେ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ।
ଅଧୀକ୍ଷକ ପ୍ରଫେସର ନାୟକ ଗତ ମେ ୨୨ ତାରିଖରେ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତିନିଜଣିଆ ତଦନ୍ତ କମିଟି ଗଠନ କରିଥିଲେ। ଏହି ତଦନ୍ତ କମିଟିରେ ଡାକ୍ତର ବିମଳ ପଣ୍ଡା, ଡାକ୍ତର ବେଣୁଧର ପାଣ୍ଡେ ଏବଂ ଡାକ୍ତର ସୁବ୍ରତ ପ୍ରଧାନ ରହିଛନ୍ତି। ତଦନ୍ତ କମିଟି ଗଠନ ହେବା ପରେ ସଂପୃକ୍ତ ଡାକ୍ତରଙ୍କୁ ପଚାରିବା ପାଇଁ ବାରମ୍ବାର ପତ୍ର ମାଧ୍ୟମରେ ସୂଚିତ କରାଯାଇଥିଲେ ମଧ୍ୟ ସେ ତଦନ୍ତ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନାହାନ୍ତି। ସଂପୃକ୍ତ ଡାକ୍ତରଙ୍କୁ ଗତ ୩ ତାରିଖରେ ଏବଂ ୧୧ ତାରିଖରେ କମିଟି ସମ୍ମୁଖରେ ଉପସ୍ଥିତ ହେବାକୁ କୁହାଯାଇଥିଲା। କିନ୍ତୁ, ସେ ଆଜି ପର୍ଯ୍ୟନ୍ତ ଥରେ ତଦନ୍ତ କମିଟି ସମ୍ମୁଖରେ ଉପସ୍ଥିତ ହୋଇନାହାନ୍ତି। ତଦନ୍ତ କମିଟି ଏହାର ବିକଳ୍ପ ପନ୍ଥା ଅବଲମ୍ବନକରି ଅଭିଯୁକ୍ତ ଡାକ୍ତରଙ୍କୁ ଡାକ ଯୋଗେ ପତ୍ର ପଠାଇ ଆସନ୍ତା ୨୩ ତାରିଖରେ ତଦନ୍ତ କମିଟି ସମ୍ମୁଖରେ ଉପସ୍ଥିତ ହେବାକୁ ଏକ ଚିଠି ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/34-9.jpg)