ରାୟଗଡ଼ା ଜିଲ୍ଲା ରୋଟାରୀ କ୍ଲବ ପକ୍ଷରୁ ଡିଜିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ରାୟଗଡା: ରାୟଗଡା ଗସ୍ତରେ ରୋଟାରୀ ଡିଜି ପ୍ରଭୁଦତ୍ତ ସୁବୁଧି। ରୋଟାରୀ ଡିଜିଙ୍କୁ ଜିଲ୍ଲା ରୋଟାରୀ କ୍ଲବ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ଏକ ଘରୋଇ ହୋଟେଲରେ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ରୋଟାରୀ କ୍ଲବର ସଭାପତି ବିକାଶ ଅଗ୍ରୱାଲ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସୁନୀଲ ପାଢୀ, କୋଷାଧ୍ୟକ୍ଷ କେଲା ସୁଧାକର, ଯୁଗ୍ମ ସମ୍ପାଦକ କୌଶିକ ଠାକୁର, କ୍ଲବ ନିର୍ଦେଶକ ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ନିର୍ଦେଶକ ଅରବିନ୍ଦ ସାହୁ ପରିଚାଳନା କରିଥିଲେ। ଜିଲ୍ଲା ରୋଟାରୀ କ୍ଲବର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ। ବୈଠକରେ ରୋଟାରୀ କ୍ଲବ ପକ୍ଷରୁ କରାଯାଉଥିବା ଜନହିତକର କାର୍ଯ୍ୟକୁ ଅତିଥିମାନେ ବଖାଣିଥିଲେ।

ଦୁଃଖୀଙ୍କ ପାଇଁ ସହଯୋଗର ହାତ ବଢାଇବା ହିଁ ରୋଟାରୀ କ୍ଲବର ମୁଖ୍ୟ ଉଦେଶ୍ୟ ବୋଲି କୁହାଯାଇଥିଲା। ଡିଜି ଶ୍ରୀ ସୁବୁଧି ନିର ଅଭିଜ୍ଞତାରୁ ବହୁ କିଛି କ୍ଲବ ମେମ୍ବର ମାନଙ୍କୁ କହିଥିଲେ। ରୋଟାରୀ ସହ ହାତ ମିଳାଇ ଗରିହ, ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ। ରାୟଗଡା ଜିଲ୍ଲାରେ ମଧ୍ୟ ବହୁ ଜନହିତକର କାର୍ଯ୍ୟ ରୋଟାରୀ କ୍ଲବ ପକ୍ଷରୁ କରାଯାଇଥିବା କୁହାଯାଇଥିଲା। ଦେଶ ଏବଂ ଦେଶ ବାହାରେ ମଧ୍ୟ ରୋଟାରୀୟାନ ମାନେ କିପରି ନିଜର ସହଯୋଗ ପ୍ରଦାନ କରୁଛନ୍ତି ତାହାକୁ ଡିଜି ଶ୍ରୀ ସୁବୁଧି କହିଥିଲେ। ଶେଷରେ ସଦସ୍ୟା ନିଲମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସେ କିପରି ଲାୟନ୍ସ କ୍ଲବ ଏବଂ ରୋଟାରୀ କ୍ଲବରେ ଯୋଗ ଦେଇ କାମ କରୁଛନ୍ତି ତାହା କହିଥିଲେ।

ସମ୍ବନ୍ଧିତ ଖବର