ବିଧାୟକ ଓ ପୌରଅଧ୍ୟକ୍ଷଙ୍କୁ ପାଞ୍ଚ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

ଜୟପୁର: ଗାନ୍ଧୀଛକ ଉନ୍ନୟନ କମିଟି, ବିଜ୍ଞାନ ଇଣ୍ଟରନେସନାଲ ସ୍କୁଲ, ଶ୍ରୀ ଗୋପାଳ ଗୋ ସେବା (ଗୋଶାଳା) ସମିତି, ରୋଟରୀ କ୍ଲବ ଅଫ ଜୟପୁର ପ୍ରାଇଡ୍ ଓ ଜୟପୁର କଳାକେନ୍ଦ୍ର ପକ୍ଷରୁ ସ୍ଥାନୀୟ ସଂଧ୍ୟା ମୁକ୍ତାକଶ ମଞ୍ଚରେ ନବନିର୍ବାଚିତ ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଧାୟକଙ୍କୁ ବି ଆୟୋଜକ ମାନେ ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ସମାଜସେବୀ ପ୍ରକାଶ ନାୟକଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜୟପୁର କଳାକେନ୍ଦ୍ର ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସାମଗ୍ରୀକ ବିକାଶ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ରାଜ୍ୟର ଏକ ନମ୍ବର ସହର ଭାବେ ପରିଣତ କରିବା ଆମ ଲକ୍ଷ୍ୟ ରହିଛି ବୋଲି ବିଧାୟକ କହିଥିଲେ।

ଏଥିରେ ସହରର ବୁଦ୍ଧିଜୀବୀ, ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗର ନିହାତି ଆବଶ୍ୟକ ବୋଲି ବିଧାୟକ କହିଥିଲେ। ଗତ କିଛିବର୍ଷ ହେବ ଜୟପୁର ସହରର ସାମଗ୍ରୀକ ବିକାଶରେ ବିଧାୟକଙ୍କ ଅଭିମୁଖ୍ୟ ଓ ଲକ୍ଷ୍ୟ ଗୁଡିକ ସଂପର୍କରେ ପୌରଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେବା ସହ ଏଗୁଡିକର ସଫଳ ରୁପାୟନ ଦିଗରେ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜପାଲ ଖୁରାନା, ଜଗଦୀଶ ପ୍ରସାଦ ଅଗ୍ରୱାଲ, ଆଚାର ସିଂହ ଭୁମ୍ବାର, କବିରାଜ ପାଣିଗ୍ରାହୀ, ପୁର୍ଣ୍ଣ ପଟ୍ଟନାୟକ, ରାମନାଥ ସାହୁ, ରାମହରି ପଣ୍ଡା, ପ୍ରଦୀପ କୁମାର ସାହୁ, କାହ୍ନୁ ଚରଣ ପ୍ରଧାନ, ଇଂ. କେଦାର ନାଥ ବେହେରା, ରଜନୀ କାନ୍ତ ସାହୁ, ରାଜ କିଶୋର ଅଗ୍ରୱାଲ, ବିଶ୍ବରଂଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର