ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ଆଲୋଚନାଚକ୍ର ଓ ଶିକ୍ଷକ ସମ୍ବର୍ଦ୍ଧନା

ଖୋର୍ଦ୍ଧା: ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ଓ ମିଳିତ ଶିକ୍ଷକ କ୍ରିୟାନୁଷ୍ଠାନ କମିଟି ଖୋର୍ଦ୍ଧା ବ୍ଲକ ପକ୍ଷରୁ ଆଜି ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ଏକ ଆଲୋଚନାଚକ୍ର ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡଃ. ଗୌରହରି ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ, ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇଥିଲେ। ଆଲୋଚକ ଭାବେ ଶିକ୍ଷକ ଗୋପାଳ ଚନ୍ଦ୍ର ତ୍ରିପାଠୀ, ଖୋର୍ଦ୍ଧା ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କେବଳ ଶ୍ରେଣୀ କକ୍ଷରେ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ଆବଦ୍ଧ ନରହି ଏହାକୁ ଉନ୍ମୁକ୍ତ କରିବା, ଶିକ୍ଷାକୁ ଲୋକାଭିମୁଖି କରିବାକୁ ମତ ଦେଇଥିଲେ। ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ମହପାତ୍ର ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟେତିରୀନ୍ଦ୍ର ନାଥ ମିତ୍ର, ବିଶ୍ୱ ଶିକ୍ଷକ ସଂଘର ସଭାପତି ଅମୀୟ କୁମାର ମହାନ୍ତି ଯୋଗ ଦେଇଥିଲେ।

ଅବସର ନେଇଥିବା ସହଗୋଷ୍ଠୀ ଶିକ୍ଷାଧିକାରୀ ସତ୍ୟବାନ ଶ୍ରୀଚନ୍ଦନଙ୍କ ସମେତ ୮୭ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସତ୍ୟବାନ ହରିଚନ୍ଦନଙ୍କ ବୃତ୍ତଗତ ଜୀବନ ସମ୍ପର୍କିତ ଭିନ୍ନ ଏକ ବ୍ୟକ୍ତିତ୍ୱ ପୁସ୍ତକ ଉନ୍ମୋଚିତ ହୋଇଥିଲା। ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡରେସନର ସଭାପତି ହୃଦାନନ୍ଦ ଦ୍ୱିବେଦୀ, ମହାସଚିବ ଅମୀୟ କୁମାର ଦାଶ, ଉପସଭାନେତ୍ରୀ ସଂଗୀତା ଦାସ, ଗୋଷ୍ଠୀ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତ, ହୃଷିକେଶ ବେଉରା, କେଟି ଗ୍ଲୋବାଲ୍ ସ୍କୁଲର ନିର୍ଦେଶକ ମନସ୍ୱିନୀ ରଥ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ। ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି ଯୁଧିଷ୍ଠିର ସାହୁ ସ୍ୱାଗତ ଭାଷଣ, ସମ୍ପାଦକ ଅମୀୟ କୁମାର ପରିଡ଼ା ବିବରଣୀ ପାଠ କରିଥିଲେ। ସୁରେଶ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ରବିନାରାୟଣ ପଣ୍ଡା, ଜିତ ରଂଜନ ମହାପାତ୍ର, ଦିବ୍ୟସିଂହ ସୁବୁଦ୍ଧି, ରେବତୀ ପଣ୍ଡା, ପ୍ରଦ୍ୟୁମ୍ନ ମିଶ୍ର, ସୁଧାକର ମହାପାତ୍ର, ଶରତଚନ୍ଦ୍ର ରାଉତ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର