ରାୟଗଡା: ସାମାଜ ତଥା ଆଖପାଖ ଅଞ୍ଚଳର ଉନ୍ନତି ଏବଂ ବିକାଶ ପାଇଁ ଜେକେ କାଗଜ କଳ ନିରନ୍ତର ଚେଷ୍ଟା କରି ଆସୁଅଛି। ଏହି ପରିପ୍ରେକ୍ଷୀରେ ଚେନ୍ନାଇର ଅନୁଷ୍ଠିତ ହୋଇଥିବା ଜେକେ ଗ୍ରୁପର ମାନବ ସମ୍ବଳ ପ୍ରବନ୍ଧ ସମ୍ମିଳନୀରେ ଜେକେ ଅର୍ଗାନାଇଜେସନ ତରଫରୁ ଜଶବନ୍ତ ଜେକେ ଡିସ୍ପେନ୍ସାରିର ବରିଷ୍ଠ ଭେଷଜ ବିଶେଷଜ୍ଞ ଡଃ. ପଦ୍ମା ଓ କନିଷ୍ଠ କ୍ୱାଲିଟି ଅଫିସର ତେଜସ୍ବୀନି ପେଦେଣ୍ଟିଙ୍କୁ ସେମାନଙ୍କ ସାମାଜ ପ୍ରତି କର୍ତ୍ତବ୍ୟ ନିଷ୍ଠ, ଏକାଗ୍ରତା ଓ ଦୀର୍ଘ ଦିନର ପରିଶ୍ରମ ନିମନ୍ତେ ନାରୀଶକ୍ତି ସମ୍ମାନ ପ୍ରଦାନ କରାଯାଇଥିଲା। ଯାହାକି ସମସ୍ତଙ୍କ ପାଇଁ ଉଦାହରଣ। ଡଃ. ପଦ୍ମା ବିଗତ ୧୯ ବର୍ଷ ଧରି ସୂଚାରରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସହିତ କେୟାର ଫର୍ ଲାଇଫ ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳରର ଲୋକଙ୍କର ସ୍ଵାସ୍ଥ୍ୟବସ୍ଥା ଉନ୍ନତି ନିମନ୍ତେ ସ୍ୱାସ୍ଥ୍ୟ ଶିବିର, କିଶୋରୀ ବାଳିକା ସଚେତନତା ଶିବିର, ଏନିମିୟା ନିରାକରଣ ନିମନ୍ତେ ନିଶୁଳ୍କ ସେବା ପ୍ରଦାନ କରି ଆସୁଛନ୍ତି। ଏହି ନାରୀଶକ୍ତି ସମ୍ମାନ ପାଇଁ ଜେକେ କାଗଜ ଅନୁଷ୍ଠାନ ତରଫରୁ ମନୋନୀତ କରାଯାଇ ପୁରଷ୍କୃତ ହୋଇଛନ୍ତି। ସେହିଭଳି ଭାବରେ ତେଜସ୍ବୀନି ପେଦେଣ୍ଟି ନିକଟରେ ଥିବା ବଡ ଚାନ୍ଦିଲି ଗ୍ରାମର ଆଦିବାସୀ ଯୁବତୀ, ଜେକେ କାଗଜ କଳର କ୍ୱାଲିଟି କଣ୍ଟ୍ରୋଲରେ କନିଷ୍ଠ ଅଫିସର, ନାରୀଶକ୍ତି ସମ୍ମାନ ପାଇଁ ମନୋନୀତ ହୋଇ ପୁରସ୍କାର ପ୍ରାପ୍ତ କରିଛନ୍ତି।
ଜେକେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ ସହାୟତାରେ ପ୍ରଡ୍ୟୁସର ଗ୍ରୁପ କରି ବାଉଁଶରେ ଅଳଙ୍କାର ତିଆରି କରିବା ତାଲିମ ଗ୍ରହଣ କରିଥିଲେ ଓ ନିଜକୁ ଏକ ଉଦ୍ୟୋଗୀ ଭାବେ ଗାଁର ଅନ୍ୟ ବାଳିକା ମାନଙ୍କ ପାଇଁ ପ୍ରେରଣା ସାଜିଥିଲେ ଓ ନିଜକୁ ଜଣେ ଯୁବ ଉଦ୍ୟୋଗୀ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି। ତାଙ୍କ ଦ୍ଵାରା ନିର୍ମିତ ଏହି ବାଉଁଶରେ ତିଆରି ଅଳଙ୍କାର ପ୍ରାଦେଶିକ ତଥା ଜାତୀୟ ସ୍ତରରେରେ ଖ୍ୟାତି ଲାଭ କରି ପାରିଛି। ତେଣୁ ତାଙ୍କୁ ଜେକେ ଅନୁଷ୍ଠାନ ତରଫରୁ ଚେନ୍ନାଇର ରେଡିସନ ବ୍ଲୁ ହୋଟେଲରେ ସମ୍ମାନିତ କରାଯାଇଥିଲା। ଏହି ସମ୍ବାଦ ପ୍ରାପ୍ତ ପରେ ଜେକେ କାଗଜ କଳ, ଜେକେପୁର ରେ ଖୁସିର ଲହରି ଖେଳି ଯାଇଥିଲା। ଏହି ଦୁଇ ବିଜୟୀନୀ, ଜେକେ କାଗଜ କଳର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପ ସଭାପତି (କାର୍ମିକ) ବିନୟ ଦ୍ଵିବେଦୀଙ୍କୁ ଓ ସାମାଜିକ ଦାୟିତ୍ଵ ବୋଧ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଦ୍ଵିବେଦୀ ମଧ୍ୟ ଉଭୟଙ୍କୁ କାଗଜ କଳ ତରଫରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।