ଶିକ୍ଷା ସଂଯୋଗର ସାଧନକର୍ମୀଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା : କରୋନା ମହାମାରୀ ସମୟରେ ଅନଲାଇନ ଶିକ୍ଷାଦାନ (ଶିକ୍ଷା ସଂଯୋଗ) ମାଧ୍ୟମରେ ଅଧ୍ୟାପନା କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମେ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିଲା । ଏହି ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ଥିବା ସାଧନକର୍ମୀଙ୍କୁ ଏକ ୱେବିନାର୍ ମାଧ୍ୟରେ ସମ୍ବର୍ଦ୍ଧନା କରାଯାଇଛି ।
ଗତକାଲି ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନଲାଇନ ଶିକ୍ଷାଧାନରେ ସଂପୃକ୍ତ ଥିବା ସାଧନକର୍ମୀ ଓ ଶିକ୍ଷକ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସଂଯୋଜକ ସୁଧୀର କୁମାର ସାହୁ, ତୋଫାନ କୁମାର ରାଉତରାୟ, ଜିଲ୍ଲା ପ୍ରୋଗ୍ରାମର ବିଭୂତିଭୂଷଣ ଦାଶଙ୍କ ସହ ୮୧ଜଣ ପ୍ରାଥମିକ ଶିକ୍ଷା ସାଧନକର୍ମୀ, ୭୩ଜଣ ମାଧ୍ୟମିକ ଶିକ୍ଷାସାଧନକର୍ମୀଙ୍କୁ ମାନପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମଗ୍ର ଶିକ୍ଷାର ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଉଦଘାଟନ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ଶିକ୍ଷା ସଂଯୋଗ ଓ ଟେଲିଭିଜନରେ ପ୍ରସାରିତ ଶିକ୍ଷାଦର୍ପଣ ଓ ରେଡିଓରେ ରେଡିଓ ପାଠଶାଳାର ଉପଯୋଗିତା ଓ ସଫଳତାରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପ୍ରଂଶସା କରିଥିଲେ ।
ସାଧନକର୍ମୀ ନିରଂଜନ ମହାନ୍ତି, ସୟଦ ମମତାଜ ଅଲ୍ଲୀ, ମାସନ ରଂଜନ ଚହଟରାୟ, ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ୱର ସାହୁ, ସ୍ନିଗ୍ଧା ମିଶ୍ର, ବିଷ୍ଣୁଚରଣ ମିଶ୍ର, ପ୍ରଧାନଶିକ୍ଷୟିତ୍ରୀ ସଂଗୀତା ମିଶ୍ର, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଶିକ୍ଷା ସଂଯୋଗରେ ନିଜର ଅଭିଜ୍ଞତା କହିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ନିରୂପା ବେହେରା ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର