ଆଖି ବୁଜିଲା ଅସୁସ୍ଥ ମାଈ ହାତୀ, ଭୂତାଣୁ ସଂକ୍ରମଣ ସନ୍ଦେହ

ବାଙ୍କୀ: ଡମପଡ଼ା ଅଭୟାରଣ୍ୟ ଅଞ୍ଚଳର ବାଆଁରା କୁଅମଡା ଜଙ୍ଗଲରେ କିଛିଦିନ ତଳେ ଅସୁସ୍ଥ ହୋଇଥିବା ମାଈ ହାତୀର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ୧୦ବର୍ଷ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ହାତୀଟି ଭୂତାଣୁ ସଂକ୍ରମଣ ହେତୁ ଅସୁସ୍ଥ ହୋଇପଡ଼ିଥିଲା। ଆସାମରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଦ୍ୱାରା ଉକ୍ତ ହାତୀର ଚିକିତ୍ସା ଚାଲିଥିଲା। ଅସୁସ୍ଥ ହେବାର ୫ଦିନ ପରେ ଭୂତାଣୁ ସଂକ୍ରମିତ ହୋଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

କିଛିଦିନ ତଳେ ବାଆଁରା ଗ୍ରାମ ପାଖ ଗୋପାଳଜୀ ୟୁନିଭର୍ସିଟି ପଛପଟେ ଏହି ହାତୀଟି ଅସୁସ୍ଥ ହୋଇପଡ଼ିଥିବା ବନବିଭାଗ ଦେଖିବାକୁ ପାଇଥିଲେ। ଏହାପରେ ହାତୀର ଚିକିତ୍ସା ଚାଲିଥିଲା। ନନ୍ଦନକାନନରେ ହାତୀଙ୍କୁ ସଂକ୍ରମିତ କରିଥିବା ହାର୍ପିଜ୍‌ ଭାଇରସ୍‌ ଡମପଡ଼ା ଅଭୟାରଣ୍ୟକୁ ବ୍ୟାପିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର