ଦେବଗଡ଼: ଦେବଗଡ଼ ବନଖଣ୍ଡ ଓ ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମରୁ ଏକ ଅସୁସ୍ଥ ବୟସ୍କ ମାଈ ହାତୀକୁ ଉଦ୍ଧାର କରାଯାଇଛି। ହାତୀଟି ଗ୍ରାମ ନିକଟସ୍ଥ ପାହାଡ଼ୀ ନାଳରେ ପଡ଼ିଥିବା ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମରେ ଉକ୍ତ ହାତୀ ସହିତ ୪ ଘରିଆ ହାତୀପଲ ସଂପୃକ୍ତ ଅଞ୍ଚଳରେ ଉପଦ୍ରବ ଜାରି ରଖିଥିଲେ। ଉକ୍ତ ହାତୀ ପଲଙ୍କ ଗତିବିଧି ଉପରେ କିଛି ଦିନ ହେଲା ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା। ଗତକାଲି ଉକ୍ତ ମାଈ ହାତୀଟି ଏକ ପାହାଡ଼ିଆ ନାଳ ଅତିକ୍ରମ କରୁଥିବାବେଳେ ପଥରରେ ବାଜି ଯିବା ହେତୁ ସେଠାରେ ପଡି ରହିଥିଲା। ଖବରପାଇ ଆଜି ଦେବଗଡ଼ ରେଞ୍ଜର୍ ଦେବଦତ୍ତ ନନ୍ଦ, ତିଲେଇବଣି ଫରେଷ୍ଟର ସୁଧାଂଶୁ ବେହେରାଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଏଲ୍ଆଇଙ୍କ ସହାୟତାରେ ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ଏହା ସହିତ ତିଲେଇବଣି ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ବାବଧାନରେ ଏକ ଟିମ ଗଠନ କରାଯାଇ ହାତୀର ଅଧିକ ଚିକିତ୍ସା କରାଯିବ ବୋଲି ଜଣାପଡିଛି।
ପାହାଡ଼ୀ ନାଳ ନିକଟରୁ ଅସୁସ୍ଥ ମାଈ ହାତୀ ଉଦ୍ଧାର
/sambad/media/post_attachments/wp-content/uploads/2020/12/08a521ae-dc9a-48c3-be71-a2948b287750.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)