ରାୟଗଡା: ରାୟଗଡ଼ା ଜିଲ୍ଲାରେ ଗତ ଦୁଇ ଦିନ ହେଲା ଲଘୁଚାପ ବର୍ଷାରେ ମାଟି ଓଦା ହୋଇଛି। ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ଚାଷୀଙ୍କ ପାଇଁ ଅନୁକୂଳ ହୋଇଥିବା କୁହାଯାଇଛି। ବର୍ଷା ଲାଗି ରହିଥିବାରୁ ଚାଷୀ ମୁହଁରେ ହସ ଫଟିଛି। ଜୁଲାଇରେ ଯେତିକି ବର୍ଷା ହେବା କଥା ସେତିକି ହେଉନଥିବାରୁ ମରୁଡି ପରିସ୍ଥିତି ହେବ ବୋଲି ଆଶଂକା କରାଯାଉଥିଲା। କିନ୍ତୁ ଆଗକୁ ଆହୁରି ଲଘୁଚାପ ବର୍ଷା ରହିଥିବାରୁ ହୁଏତ ଜୁଲାଇର ଟାର୍ଗେଟ ପୂରଣ ହୋଇଯିବ ବୋଲି କୃଷି ବିଭାଗ ଆଶା ପ୍ରକଟ କରିଛି। ଜୁଲାଇରେ ୨୫୦ ମିଲିମିଟର ବର୍ଷା ଦରକାର ପଡୁଥିବା ବେଳେ ଏବେ ସୁଦ୍ଧା ୧୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଗତ ଦୁଇ ଦିନରେ ହିଁ ବର୍ଷାର ପରିମାଣ ବଢିଥିବା କୁହାଯାଇଛି। ଯଦି ଗତକାଲିର ବର୍ଷାର ରିପୋର୍ଟ ଦେଖିବା,ତେବେ ରାୟଗଡାରେ ୩୫.୨ ମିମି ବର୍ଷା ହୋଇଥିବା ବେଳେ କୋଲନରାରେ ୧୮.୪ ମିମି,କଲ୍ୟାଣସିଂହପୁର ବ୍ଲକରେ ୧୪.୬ ମିମି,କାଶୀପୁର ବ୍ଲକରେ ୪୮.୩ ମିମି,ଗୁଣୁପୁର ବ୍ଲକରେ ୫୩ ମିମି,ପଦ୍ମପୁର ବ୍ଲକରେ ୩୫.୨ ମିମି,ଗୁଡାରୀ ବ୍ଲକରେ ୨୬.୪ ମିମି,ରାମନାଗୁଡା ବ୍ଲକରେ ୧୯.୪ ମିମି, ବିଷମକଟକ ବ୍ଲକରେ ୧୭.୨ ମିମି, ମୁନିଗୁଡା ବ୍ଲକରେ ୨୬.୨ ମିମି ଏବଂ ଚନ୍ଦ୍ରପୁର ବ୍ଲକରେ ୨୭ ମିମି ବର୍ଷା ହୋଇଛି।
କଲ୍ୟାଣସିଂହପୁର ବ୍ଲକରେ ସର୍ବନିମ୍ନ ବର୍ଷା ହୋଇଥିବା ବେଳେ ଗୁଣୁପୁର ବ୍ଲକରେ ସର୍ବାଧିକ ରେକର୍ଡ କରାଯାଇଛି। ହାରାହାରି ୨୯.୧୭ ମିଲିମିଟର ବର୍ଷା ହୋଇଛି। ଅନ୍ୟଦିଗରେ ଚାଷୀଙ୍କ ପାଇଁ ସାର ମହଜୁଦ ହୋଇ ରହିଥିବା କୁହାଯାଇଛି।ଜିଲ୍ଲାରେ ୩୦୦ଟି ରିଟେଲର ଦୋକାନ ରହିଥିବା ବେଳେ ୧୫୬ଟି ଦୋକାନ ହିଁ କାର୍ଯ୍ୟକାରୀ କରୁଛି। ସେହିପରି ୨୪ଟି ହୋଲସେଲ ଦୋକାନ ରହିଛି। ଜିଲ୍ଲାରେ ବର୍ତ୍ତମାନ ଵେରହାଉସରେ ୧୬୭୮.୪୪ ମେଟ୍ରିକ ଟନ ୟୁରିଆ, ହୋଲସେଲର ନିକଟରେ ୨୬୯୦.୪୨ ମେଟ୍ରିକ ଟନ୍ ଏବଂ ରିଟେଲର ଦୋକାନରେ ୫.୧୭.୨୯ ମେଟ୍ରିକ ଟନ୍ ୟୁରିଆ ମହଜୁଦ ରହିଛି।ଜୁଲାଇରେ ୬୮୫୦ ମେଟ୍ରିକ ଟନ ୟୁରିଆ ଦରକାର ପଡୁଥିବା ବେଳେ ଜିଲ୍ଲାରେ ୧୦୬୦୪.୧୮ ମେଟ୍ରିକ ଟନ୍ ୟୁରିଆ ରହିଥିବା କୁହାଯାଇଛି। ସେହିପରି ୱେରହାଉସ, ହୋଲସେଲର ଏବଂ ରିଟେଲର ନିକଟରେ ମୋଟ ୨୬୯୯.୮୮ ମେଟ୍ରିକ ଟନ ଡିଏପି ସାର ରହିଛି। ଏହି ତିନି ସ୍ଥାନରେ ୩୯୨.୭ ମ୍ୟାଟ୍ରିକ ଟନ ଏମଓପି ସାର ରହିଛି। ୯୩୯୯.୪୨ ମ୍ୟାଟ୍ରିକ ଟନ ଏନପିକେଏସ ସାର ମହଜୁଦ ରହିଥିବା ବିଭାଗ କହିଛି। ସେହିପରି ଜିଲ୍ଲାରେ ୧୨ ଲ୍ୟାମ୍ପସ ସହ ଗୋଟିଏ ଏମପିସିଏସ ରହିଛି। ଗୁଣୁପୁର ଲ୍ୟାମ୍ପସରେ ୧୮୨.୨୦୫ ମେଟ୍ରିକ ଟନ ୟୁରିଆ, ୬୬ ମେଟ୍ରିକ ଟନ ଡିଏପି,୩୦ ମେଟ୍ରିକ ଟନ ଏମଓପି ଏବଂ ୯୨.୪୫ ମେଟ୍ରିକ ଟନ ଏନପିକେଏସ ସାର ରହିଛି। ବିଷମକଟକ ଲ୍ୟାମ୍ପସରେ ୧୮୫ ୟୁରିଆ,୮୫.୨ ଡିଏପି,୨୬.୪୫ ଏମଓପି ଏବଂ ୭୨ ମେଟ୍ରିକ ଟନ ଏନପିକେଏସ ରହିଛି।
କଲ୍ୟାଣସିଂହପୁର ଲ୍ୟାମ୍ପସରେ ୧୮୦ ୟୁରିଆ,୪୫.୯୫ ଡିଏପି,୨୫.୧ ଏମଓପି,୭୧.୬୬ ମେଟ୍ରିକ ଟନ ଏନପିକେଏସ ରହିଛି। କାଶୀପୁର ଲ୍ୟାମ୍ପସରେ ୫୪.୫୮୫ ୟୁରିଆ,୩୮.୬ ଡିଏପି,୧୨.୫୫ ମେଟ୍ରିକ ଟନ ଏନପିକେଏସ ରହିଛି। କୋଲନରା ଲ୍ୟାମ୍ପସରେ ୧୦୦.୨୬ ୟୁରିଆ,୧୩.୧୫ ଡିଏପି,୨୭.୧୫ ମେଟ୍ରିକ ଟନ ଏନକେପିଏସ ରହିଛି। ରାୟଗଡା ଲ୍ୟାମ୍ପସରେ ୪୩.୬୦୫ ୟୁରିଆ,୧୫.୪୫ ମେଟ୍ରିକ ଟନ ଡିଏପି ରହିଛି। ଟିକିରି ଲ୍ୟାମ୍ପସରେ ୭୨.୫୪ ୟୁରିଆ,୧୭.୬ ମେଟ୍ରିକ ଟନ ଏନକେପିଏସ ରହିଛି। ରାମନାଗୁଡା ଲ୍ୟାମ୍ପସରେ ୧୩୬.୮୯ ୟୁରିଆ,୬୮.୫୫ ଡିଏପି,୧୯.୩୫ ଏମଓପି ଏବଂ ୯୩.୮୬ ମେଟ୍ରିକ ଟନ ଏନକେପିଏସ ରହିଛି। ଆମ୍ବାଦୋଳା ଲ୍ୟାମ୍ପସରେ ୧୨୦.୫୧ ୟୁରିଆ,୧୬ ଡିଏପି,୧୭ ଏମଓପି,୪୪ ମେଟ୍ରିକ ଟନ ଏନକେପିଏସ ରହିଛି। ଗୁଡାରି ଲ୍ୟାମ୍ପସରେ ୧୪୨.୪୨୫ ୟୁରିଆ,୭୪ ଡିଏପି,୧୭.୭୫ ଏମଓପି ୬୧.୧୬ ମେଟ୍ରିକ ଟନ ଏନକେପିଏସ ରହିଛି। ମୁନିଗୁଡା ଲ୍ୟାମ୍ପସରେ ୧୧୯ ୟୁରିଆ,୨୫ ଡିଏପି,୨୦ ଏମଓପି ଏବଂ ୨୬ ମେଟ୍ରିକ ଟନ ଏନକେପିସ ରହିଛି। ପଦ୍ମପରୁ ଲ୍ୟାମ୍ପସରେ ୨୭ ୟୁରିଆ,୭୭ ଡିଏପି,୨୩ ଏମଓପି ଏବଂ ୧୧୪ ମେଟ୍ରିକ ଟନ ଏନପିକେଏସ ରହିଛି। ରାୟଗଡା ଏମପିସିଏସରେ ୯.୧୩୫ ୟୁରିଆ,୧୦ ଡିଏପି,୧.୮ ଏମଓପି ଏବଂ ୩.୧୫ ମେଟ୍ରିକ ଟନ ଏନକେପିଏସ ସାର ରହିଛି। ଏତେ ସାର ମହଜୁଦ ରହିଥିଲେ ମଧ୍ୟ ପ୍ରତ୍ୟେକ ଚାଷୀଙ୍କୁ ୪ଟି ପ୍ୟାକେଟ ଲେଖାଏଁ ୟୁରିଆ ସାର ଦିଆଯାଉଥିବା ଦେଖିବାକୁ ମିଳିଛି। ଅଧିକା ନେଇ ଚାଷୀ ଚାଷ କ୍ଷେତ୍ରରେ ବ୍ୟବହାର ନକରି ଅନ୍ୟଦିଗରେ ବ୍ୟବହାର ହେଉଥିବାରୁ ଏହାକୁ ରୋକ ଲଗାଯାଇଥିବା କୁହାଯାଇଛି।