ଭଞ୍ଜନଗର: ଆସିଛି ପାର୍ବଣ। ମା’ଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପରିବେଶ। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଆନନ୍ଦର ପରିବେଶ। ଦେବୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇ ଉଠିଛନ୍ତି ସମସ୍ତେ। ନିଜ ନିଜ ଢଙ୍ଗରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏହି ପାର୍ବଣ ପାଇଁ ଭଞ୍ଜନଗର ସହର ମଧ୍ୟ ସଜେଇ ହୋଇଛି। ଦୁର୍ଗତି ନାଶିନୀ ମାଁ ଦୁର୍ଗାଙ୍କ ଦଶହରା ପର୍ବ ଆଉ ୪ ଦିନ ରହିଲା। ଦଶହରା ଯେତେ ନିକଟତର ହୋଇ ଆସୁଛି ଲୋକଙ୍କ ମନରେ ସେତେ ଉତ୍ସାହ ଦେଖା ଦେଉଛି। ସହରର ବିଭିନ୍ନ ଦୈବୀପୀଠ ମାନଙ୍କରେ ପୂଜା ରିତିନୀତି ଆରମ୍ଭ ହୋଇଥିବା ବେଳେ ଲୋକେ ମା’ଙ୍କ ଦର୍ଶନ ପାଇଁ ଖୁବ ଆନନ୍ଦିତ ରହିଛନ୍ତି। ରଙ୍ଗବେରଙ୍ଗର ଆଲୁଅରେ ସହର ଝଲସୁ ଥିବା ବେଳେ ବିଭିନ୍ନ ମଣ୍ତପରେ ପୂଜା ଆରମ୍ଭ ହୋଇଛି। କିନ୍ତୁ ଅସ୍ଥାୟୀ ମଣ୍ଡପରେ ପ୍ରଶାସନିକ କଟକଣା ପାଇଁ ଚଳିତବର୍ଷ ମଧ୍ୟ ପାର୍ବଣ ଫିକା ପଡି ଯାଇଛି।

Advertisment

publive-image

ଗଂଜାମ ଜିଲ୍ଲା ଭଞ୍ଜନଗର ଦଶହରାର ଏକ ସ୍ବତନ୍ତ୍ର ଆକର୍ଷଣ ରହିଥିଲା ବେଳେ ଏହାକୁ ଜାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମେନ୍‌ରୋଡ ସମେତ ସହରର ଅନ୍ୟ ପ୍ରମୁଖ ସ୍ଥାନରେ ଥିବା ବ୍ୟବସାୟିକ ଅନୁଷ୍ଠାନ ରଙ୍ଗିନ ଆଲୋକରେ ସଜ୍ଜା ହୋଇଛି। ଭଞ୍ଜ ସାହିତ୍ୟ ପରିଷଦ, ବିଡେକା ଅନୁଷ୍ଠାନ, ସରକାରୀ ବସ୍‌ କାର୍ଯ୍ୟାଳୟ, ଖାଲାସି ସାହିର ବିଶ୍ବଜନୀନ କଳାପରିଷଦ ଠାରେ ଗତ କାଲି ଠାରୁ ଦେବୀଙ୍କ ଷଷ୍ଠୀ ପୂଜା ହୋଇଛି। ଆଜି ରୀତିନୀତି ଅନୁଯାୟୀ ସପ୍ତମୀ ପୂଜା ଆରମ୍ଭ ହୋଇଥିବା ବେଳେ ଏଠାରେ ପୂଜାକୁ କେବଳ ରୀତିନୀତିରେ ସମ୍ପନ୍ନ କରିବାକୁ ବ୍ୟବସ୍ଥା କରିବା ସହ ସୀମିତ ସାଜ୍ସସଜ୍ଜାରେ ପୂଜା ଅନୁଷ୍ଠିତ ହୋଇଛି।

publive-image Sambad

ସେହିପରି ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ବହୁମାତ୍ରାରେ ରହିଥିବାର ଦେଖିବାକୁ ମିଳିଛି। ସହରର ଫୁଟପାତ୍‌ ଠାରୁ ଆରମ୍ଭ କରି ବଡ ସୋ'ରୁମ୍‌ ପର୍ଯ୍ୟନ୍ତ ସବୁଠି ଭିଡ ଦେଖିବାକୁ ମିଳିଛି। ବିଶେଷ କରି ଡ୍ରେସ, ଇଲୋକ୍ଟ୍ରୋନିକ୍ସ ଓ ଗାଡି ଦୋକନରେ ପ୍ରବଳ ଭିଡ ରହୁଛି। ଦଶହାରାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ମାନେ ଓ ଦୋକାନୀ ମାନେ ଡିସ୍‌କାଉଣ୍ଟ ଅଫରମାନ ରଖିଛନ୍ତି। କେଉଁଠି ଗିଫ୍ଟ ଅନ୍ୟ କେଉଁଠି ଡିସ୍‌କାଉଣ୍ଟ ଏହିପରି ଅଫର ମିଳୁଛି ଗ୍ରାହାକଙ୍କୁ। ଗ୍ରାହାକଙ୍କ ନିଜର ସାମଗ୍ରୀ ପ୍ରତି ଆକୃଷ୍ଟ କରାଇାବା ପାଇଁ ଦୋକାନୀ ମାନେ ବାହାରେ ପସରା ମଧ୍ୟ ପକାଇଛନ୍ତି। ଏହାସହ ସହର ମୁଖ୍ୟ ରସ୍ତାର ଦୁଇ ପାର୍ଶ୍ବରେ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଆସି ବ୍ୟବସାୟ କରୁଛନ୍ତି। ଫୁଟପାତ୍‌ରେ ୧୦୦ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ମଧ୍ୟରେ ଡ୍ରେସ ବିକ୍ରି କରୁଛନ୍ତି। ସେହିପରି ପୂଜାରେ ସଜେଇବା ପାଇଁ ରଙ୍ଗୀନ ମାଳ, ରଙ୍ଗୀନ କପଡା, ବିଭିନ୍ନ ଧରଣର ଷ୍ଟିକର ଗୁଡିକର ପସରା ପଡିଥିବାର ଦେଖିବାକୁ ମିଳିଛି। ଫୁଟପାତ ବ୍ୟବସାୟୀ ମାନେ ସେମାନଙ୍କ ବେପାରକୁ ନେଇ ସନ୍ତୁଷ୍ଟ ରହିଛନ୍ତି।