ଡିଏନ ବାଳିକା ହାଇସ୍କୁଲରେ ଗରମରୁ ୧୫ ଛାତ୍ରୀ ଅସୁସ୍ଥ

ଭଦ୍ରକ: ଭଦ୍ରକର ପୁରୁଣାବଜାରସ୍ଥିତ ଡିଏନ ବାଳିକା ହାଇସ୍କୁଲରେ ଆଜି ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ଘଟିଛି। ଖେଳଛୁଟି ପରେ ପରେ କ୍ଲାସ ରୁମକୁ ପାଠ ପଢିବାକୁ ଯାଉଥବା ଦଶମ ଶ୍ରେଣୀର ପ୍ରାୟ ୧୫ ଜଣ ଛାତ୍ରୀ ଜଣକ ପରେ ଜଣେ ଯନ୍ତ୍ରଣା ଅନୁଭବ କରିଥିଲେ। ସେମାନଙ୍କ ନିଶ୍ବାସ ନେବାରେ ବାଧା ସୃଷ୍ଟି ‌ ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ସେମାନେ ଏହି ଯନ୍ତ୍ରଣା ସହ୍ୟ ନକରି ପାରି କାନ୍ଦିବା ସହ ବଡ ପାଟିରେ ଚିତ୍କାର କରିଥିଲେ। ସ୍କୁଲ ପରିସରରେ ଦଶମ ଶ୍ରେଣୀର ଛାତ୍ରୀମାନେ ଏଭଳି ଚିତ୍କାର କରିବା ଘଟଣା ପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ଶ୍ରେଣୀରେ ପାଠ ପାଢୁଥିବା ଛାତ୍ରୀମାନେ ଭୟଭବିତ ହୋଇ ଦୌଡିବାକୁ ଲାଗିଥିଲେ। ଛାତ୍ରମାନଙ୍କର ଏଭଳି ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଅଭିଭାବକ ମାନେ ସ୍କୁଲ ପରିସରକୁ ଆସି ଛାତ୍ରୀମାନଙ୍କୁ ମେଡିକାଲକୁ ଆଣିଥିବା ବେଳେ ଅନ୍ୟ କିଛି ଲୋକ ଛାତ୍ରୀମାନଙ୍କୁ ଭୁତ ସବାର ହୋଇଥିବା ସନ୍ଦେହ କରି ଝଡା ଫୁଙ୍କା କରିବାକୁ ନେଇ ଯାଇଥିଲେ।

ସ୍କୁଲ ପରିସରରେ ଏଭଳି ଘଟଣା ଘଟିବା ପରେ ଘଟଣା ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମନୋରମା ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ପ୍ରଧାନଶିକ୍ଷ୍ରିତ୍ରୀ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ତାଙ୍କ କହିବା ଅନୁଯାୟୀ ଗତ ୩ ଦିନ ତଳେ ଜଣେ ଛାତ୍ରୀଙ୍କର ଏଭଳି ଛାତିରେ ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲା। ଗତକାଲି ମଧ୍ୟ ସ୍କୁଲରେ ଜଣେ ଛାତ୍ରୀଙ୍କର ଛାତିରେ ଏଭଳି ଯନ୍ତ୍ରଣା ଅନୁଭବ କରିବା ନେଇ ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ଆଜି ଏକାବେଳେ ଦଶମ ଶ୍ରେଣୀରେ ପଢୁଥିବା ପ୍ରାୟ ୧୦ରୁ ୧୫ ଜଣ ଛାତ୍ରୀ ହଠାତ ଏଭଳି ଅସୁସ୍ଥ ଅନୁଭବ କରିବା ଘଟଣା ଆମ ସମସ୍ତଙ୍କୁ ଭୟଭୀତ କରିଦେଇଛି। କେହି କେହି ଛାତ୍ରୀମାନଙ୍କୁ ଭୁତ ଅସାର ହୋଇଥିବା କଥା କହୁଥିବା ନେଇ ପ୍ରଧାନଶିକ୍ଷୟିତ୍ରୀ କହିଥିବା ବେଳେ ଅନ୍ୟ ପକ୍ଷରେ ଗୋଟିଏ ଶ୍ରେଣୀ କକ୍ଷରେ ଆଜି ୨୧୨ ଜଣ ଦଶମ ଛାତ୍ରୀର ଛାତ୍ରୀ ଏସ-୧ ପରୀକ୍ଷା ଦେଇଥିବା ବେଳେ ବିଦ୍ୟୁତ କାଟ ବେଳେ ଫ୍ୟାନ ବନ୍ଦ ହେବାରୁ ଅସହ୍ୟ ଗୁଳୁଗୁଳି ହେଉଛି।

Sambad

ସେଥିପାଇଁ ହୁଏତ ଛାତ୍ରୀମାନେ ଅଣନିଶ୍ବାସୀ ହୋଇ ଛାତିରେ ଯନ୍ତ୍ରଣା ଅନୁଭବ କରିଥାଇ ପାରନ୍ତି ବୋଲି କୁହାଯାଉଛି। ଏଇ ସ୍କୁଲ ଯେଉଁ ସ୍ଥାନରେ ଅବସ୍ଥିତ ରହିଛି। ସେଠାରେ ‌ବାୟୁ ଚଳାଚଳର ସୁବିଧା କିଛି ନାହିଁ। ଏକ ଅଣଓସାରିଆ ଗଳି ରାସ୍ତାରେ ଏଇ ସ୍କୁଲଟି ଅବସ୍ଥିତ ହୋଇଥିବା ବେଳେ ଗୋଟିଏ ଗୋଟିଏ ଶ୍ରେଣୀରେ ଅତ୍ୟଧିକ ଛାତ୍ରୀ ବସି ପଠ ପଢୁଥିବାରୁ ଅମ୍ଲଜାନ କମ ହେଉଥିବାର ଆଶଙ୍କା କରାଯାଉଛି। ଗତ କିଛି ଦିନ ହେଲା ଟାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁ ଗୁଳି ହେଉଥିବାରୁ ଗୋଟିଏ ଗୋଟିଏ ଶ୍ରେଣୀ କକ୍ଷରେ ଏତେ ସଂଖ୍ୟକ ଛାତ୍ର ଛାତ୍ରୀଙ୍କୁ ବସାଇ ପାଠ ପଢାଇବା ଆଦୌ ଅନୁକୂଳ ପରିବେଶ ସୃଷ୍ଟି କରୁନାହିଁ। ଏଇ ସ୍କୁଲଟି ୫ ଟି ସ୍କୁଲ ଅଧୀନରେ ସାମିଲ ହୋଇଥିବା ବେଳେ ଏହାର ପରିବେଶ ଛାତ୍ରୀମାନଙ୍କ ବସିବା ପାଇଁ ଅନୁପ‌ଯୁକ୍ତ ହୋଇଛି। ଏଥିପ୍ରତି ଶିକ୍ଷା ବିଭାଗର ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ହୋଇଛି। ଅସୁସ୍ଥ ହୋଇପଡିଥିବା ସମସ୍ତ ଛାତ୍ରୀ କିଛି ସମୟ ପରେ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଯାଇଛନ୍ତି। ଏଇ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏତେ ଟାଣଖରା ଓ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍କୁଲ ସମୟକୁ ୪ଟା ପରିବର୍ତ୍ତେ ୩ ଟା କରିବାକୁ ମଧ୍ୟ କିଛି ଅଭିଭାକ ଦାବି କରିଛନ୍ତି। ପିଲାମାନଙ୍କର ଏଭଳି ଅବସ୍ଥା ହେବା ପରେ ସ୍କୁଲ ଛୁଟି କରି ଦେବାକୁ ମଧ୍ୟ କିଛି ଅଭିଭାବକ ଦାବି କରିଥିଲେ। ମାତ୍ର ଛୁଟି ସମୟ ହୋଇ ନଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ ଛୁଟି କରିପାରି ନଥିଲେ। ଭଲ ପରିବେଶରେ ବସି ଡିଏନ ସ୍କୁଲର ଛାତ୍ରୀ ପାଠ ପଢି ପାରିବେ ସ‌େ ଦିଗ ପ୍ରତି ଦୃଷ୍ଟି ଦେବାକୁ କିଛି ଅଭିଭାବକ ମଧ୍ୟ ଦାବି ଉଠାଇଛନ୍ତି।

ସମ୍ବନ୍ଧିତ ଖବର