ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୧୫ ୟୁନିଟ ରକ୍ତ ସଂଗ୍ରହ

ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପଲ୍ଲୀ ପଞ୍ଚାୟତର ଖେମାଗୁରରେ ଆଜି ସହିଦ ଲକ୍ଷ୍ମଣ ନାୟକ ଯୁବ ସଙ୍ଘ ଏବଂ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୫-ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ରକ୍ତଦାନ ଶିବିରେ ମୁଖ୍ୟ ଅତିଥି ଭାବେ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ସାହୁ ଯୋଗ ଦେଇ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ କି ସମସ୍ତେ ରକ୍ତଦାନ କରନ୍ତୁ ଏବଂ ଜୀବନ ବଞ୍ଚାନ୍ତୁ। ରକ୍ତଦାନ ମହାପୂଣ୍ୟ ବୋଲି ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ରେଡକ୍ରସର ଯୁବ ସଂଯୋଜକ ଡଃ. ରଞ୍ଜନ ସ୍ୱାଇଁ, ନେହୁରୁ ଯୁବ କେନ୍ଦ୍ର ଜିଲ୍ଲା ଅଧିକାରୀ ହରିଶ ରୁପାଲ, ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରୁ ଅଭୟ କୁମାର ପାତ୍ର, ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଦ୍ୟାଳୟ ତରଫରୁ ରୋହିତ କୁମାର ପଣ୍ଡା, ସରକାରୀ ଏସ୍‌ଏସ୍‌ଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସଶାଙ୍ଗ ଶେଖର ପଟ୍ଟନାୟକ, ଆମ ଓଡିଶାର ସଂଯୋଜକ ହୃଷିକେଶ ବେହେରା ସମେତ ଗ୍ରାମର ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ରକ୍ତଦାତା ମାନେ ହେଲେ ମାଧବ କିଚପଡ଼ିଆ, ନକୁଳ ଗୌଡ଼, ଗୌରଚନ୍ଦ୍ର ଗୌଡ଼, ଜଳେନ୍ଦ୍ର ଦୋରା, ନାରାୟଣ ନାୟକ, ମଙ୍ଗୁଲୁ ଗୌଡ଼, ବୁଦ୍ରା ଗୌଡ଼, ଧୋନେସ ଗୌଡ଼, କୋମୁଳୁ ଗୌଡ଼, ଦେବେନ୍ଦ୍ର କୁମାର ମନ୍ଦ୍ରା, ଲକ୍ଷ୍ମଣ ପାଙ୍ଗି, ରଘୁ କିଚପଡ଼ିଆ, ବଳରାମ ନାୟକ, ମଦନ ଗୌଡ଼।

Sambad

ଏମାନେ ସମସ୍ତେ ରକ୍ତଦାନ କରି ସମାଜର ଯୁବପିଢିଙ୍କୁ ରକ୍ତ ଦାନ କରିବାକୁ ନେବେଦନ କରିଛନ୍ତି। ଗୋବିନ୍ଦପାଲ୍ଲୀ ଭଳି ଦୁର୍ଗମ ଅଞ୍ଚଳରେ ସହିଦ ଲକ୍ଷ୍ଣଣ ନାୟକ ଭଳି ଯୁବକ ସଂଘ ପ୍ରତିବର୍ଷ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହି ଯୁବକ ସଂଘର ସଭାପତି ରଘୁରାମ କିଚପାଡିଆଙ୍କ ନେତୃତ୍ବରେ ବିଜୟ ଗୌଡ ପ୍ରମୁଖ ଏହି ରକ୍ତଦାନ ଶିବିର ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର