/* */

ପୋଖରୀ ନିଲାମକୁ ନେଇ ମହାଭାରତ: ଦୁଇଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ, ଏସପି ଅଫିସ ଘେରାଉ

ବଲାଙ୍ଗୀର: ପୋଖରୀ ନିଲାମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି | ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ଥାନାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଏସପି ଅଫିସ ଘେରାଉ କରିଛନ୍ତି ଦୁଇ ଗୋଷ୍ଠୀର ଲୋକ । ସୂଚନା ମୁତାବକ ଅଏଁଲାସାରୀ ଗାଁରେ ପୋଖରୀ ନିଲାମକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଛକାପଝାଂ ଲାଗି ରହିଥିଲା । ଗତକାଲି ଗୋଟିଏ ଗୋଷ୍ଠୀର ଶିକ୍ଷକ ଓକାଲୁ ସାଏଙ୍କୁ ମାଧିଆପାଲି ଅଣ୍ଡରବ୍ରୀଜ ନିକଟରେ ଆକ୍ରମଣ କରାଯାଇଥିଲା । ରଡରେ ମାଡମାରି ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଲୁଟ ଘଟଣାରେ ନିରଜଂନ ବନଛୋରଙ୍କ ଗୋଷ୍ଠୀର ଲୋକ ସାମିଲ ଥିବା ସନ୍ଦେହ କରିଥିଲେ ଶିକ୍ଷକ ଓକାଲୁ ସାହୁଙ୍କ ଗୋଷ୍ଠୀର ଲୋକେ ।

ଗତକାଲି ବିଲମ୍ୱିତ ରାତିରେ ନିରଂଜନ ବନଛୋରଙ୍କ ଘରେ କିଛି ଦୃବୁର୍ତ୍ତ ନିଆଁ ଲଗାଇଦେଇଥିଲେ । ଶିକ୍ଷକ ଓକାଲୁ ସାଏଙ୍କ ଗୋଷ୍ଠୀର ଲୋକେ ଘର ପୋଡିଥିବା ଅଭିଯୋଗ କରି ନିରଂଜନ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପୁଇଁନ୍ତଲା ପୁଲିସ ଲୁଟ ଘଟଣାରେ କାହାରିକୁ ଗିରଫ କରିନଥିବା ବେଲେ ଘର ପୋଡି ଘଟଣାରେ ଶିକ୍ଷକଙ୍କ ଗୋଷ୍ଠୀର ୩୦ ରୁ ଅଧିକ ଯୁବକଙ୍କ ଥାନାରେ ଅଟକ ରଖିଛି |

ଅଟକ ଯୁବକମାନଙ୍କୁ ଛାଡିଦେବା ପାଇଁ ଦାବି କରି ତାଙ୍କ ପରିବାର ଏଵଂଗୋଷ୍ଠୀର ଲୋକେ ଏସପି ଅଫିସ ଘେରାଉ କରିଛନ୍ତି । ଏସପି ଅଫିସ ସମ୍ମୁଖରେ ବଲାଙ୍ଗିର-ଟିଟିଲାଗଡ ରାସ୍ତାକୁ ବନ୍ଦ କରିଛନ୍ତି ।

ସମ୍ବନ୍ଧିତ ଖବର