ଜୟପୁର :  ସ୍ଥାନୀୟ ଏସଆର୍ ମଲ୍  ଠାରେ ମା’ ଜଗତ ଜନନୀ ପ୍ରଡ଼କ୍ସନର କୋରାପୁଟିଆ ସିନେମା ‘‘ଭୁଲ ହେଲା’’ ଚଳଚ୍ଚିତ୍ରର ପ୍ରିମିୟର ସୋ ଅନୁଷ୍ଠିତ ହୋଇଥିଲା। ପ୍ରଜାପତି ଭଳି ଉଡ଼ି ବୁଲିବା ବୟସର ଛୋଟ ଝିଅ ଟିଏ  ପ୍ରେମରେ ପଡ଼ିଥିଲେ। ଅଳ୍ପ ବୟସରେ ବାହା ହୋଇ, କନ୍ୟା ସନ୍ତାନଟିକୁ ଜନ୍ମ ଦେଲେ। ପରେ  କିଭଳି ନିଜର ମଦ୍ୟପ ସ୍ୱାମୀର ପ୍ରତାରଣାର ଶିକାର ହେଲେ ଏବଂ ତାହାର  ଫାଇଦା କିଛି ଅସାମାଜିକ ଲୋକେ ନେଲେ, ଏବଂ ଆଉ କିଛି ନେବାକୁ ଚାହିଁଥିଲେ। କରିଥିବା ଭୁଲକୁ ନେଇ ନାବାଳିକା ଝିଅଟି ଆତ୍ମହତ୍ୟା କରିଥିଲା। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ କରିଥିବା  ଭୁଲ ଅନ୍ୟ ନାବାଳିକା ଝିଅ ମାନେ ଯେଭଳି କରିବେ ନାହିଁ ତାହାକୁ ନେଇ ସେ କିଛି ବାର୍ତ୍ତା ଦେଇ ଆତ୍ମହତ୍ୟା କରିଥିଲା।  ଏଭଳି ଏକ ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ସଚେତନତାଧର୍ମୀ ଏହି ଚଳଚ୍ଚିତ୍ର ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ କିରଣ ବାହାଦୁର,ବୃନ୍ଦାବନ,ଆଇଷ୍ଟର, ଯୁଗଲ, ଚାନ୍ଦିନୀ, ସୁକମାନ, ୱାଇଏସ୍ ଖାନ୍ନା, ନବୀନ । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ବୁଡୁ ଏବଂ ମାମା। ଚିତ୍ର‌ଉତ୍ତୋଳନ ଓ ସଂପାଦନା ଏମଡି ବବୁଲୁ କରିଥିବା ବେଳେ ସଂଗୀତ ଓ ଗୀତ ଗୁଡ଼ିକୁ ଲେଖିଛନ୍ତି ଧିରେନ ମୋହନ ପଟ୍ଟନାୟକ ଓ ବୁଡୁ। ଗୀତ ଗୁଡିକୁ ଗାଇଛନ୍ତି ଗାୟକ ପ୍ରଶାନ୍ତ ସାମନ୍ତରାୟ। ଏହାର ପ୍ରଯୋଜକ ବୃନ୍ଦାବନ ଖରା। ଆଜିର ପ୍ରିମିୟର ସୋରେ ସଂଗୀତକାର ଧିରେନ ପଟ୍ଟନାୟକ, ସୁବାଷ ରାଉଥ, ଅମର ମିଶ୍ର, ଗୋପାଳ ପଟ୍ଟନାୟକଙ୍କ ସହ ବହୁ ଅଭିନେତା, ଅଭିନେତ୍ରୀ, କଳାକାର ଆଦି ଉପସ୍ଥିତ ଥିଲେ।