ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ୬୫ପୃଷ୍ଠାର ଫାଇନାଲ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ କ୍ରାଇମବ୍ରାଞ୍ଚ ୬୫ପୃଷ୍ଠାର ଫାଇନାଲ ଚାର୍ଜସିଟ ଏସଡିଜେଏମ କୋର୍ଟରେ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ୭୬ ଜଣ ସାକ୍ଷ୍ୟକୁ ନେଇ ଏହି ଚାର୍ଜସିଟ ଦାଖଲ କରିଛି। ପୂର୍ବରୁ କ୍ରାଇମବ୍ରାଞ୍ଚ ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ।

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଂଜିଲାଲ ମେହେର ଏବେ ଜେଲରେ ଅଛି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍‌ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଆଉ ପୁଜିଂଲାଲ ଥିଲା ଏହାର ମାଷ୍ଟର ମାଇଣ୍ଡ ଥିଲା।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଖବର ଆସିଥିଲା ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍‌ ହୋଇଯିବା ନେଇ ଯୋଜନା କରିଥିଲା ପୁଂଜିଲାଲ୍‌ । ତେବେ ଫାଟକ ଜଗିଥିବା ୱାର୍ଡର ସାଇରନ୍‌ ବଜାଇ ଦେବାରୁ ପୁଞ୍ଜିଲାଲର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା । ଜେଲ କର୍ମଚାରୀ ୬ ଜଣ ଡକାୟତଙ୍କ ସମେତ ପୁଞ୍ଜିଲାଲକୁ ସେଲ୍‌ ଭିତରକୁ ନେଇଥିଲେ ।

ସମ୍ବନ୍ଧିତ ଖବର