ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗରେ ଦୁବୃର୍ତ୍ତମାନେ ଗୁଣ୍ଡାରାଜ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଶନିବାର ଜଣାପଡ଼ିଛି। ଜଣେ ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ ମାରିଛନ୍ତି । ଏହି ଏଜେଣ୍ଟ ଜଣଙ୍କ ଦୁବୃର୍ତ୍ତଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି। ଆଉ ପୁରା ଘଟଣାକୁ କଏଦ କରିଛି ସିସିଟିଭି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣା ଅକ୍ଟୋବର ୨ତାରିଖର। ଗାନ୍ଧିମାର୍ଗରେ ବୁଲେଟରେ ଯାଉଥିବା ଏହି ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟଙ୍କ ବାଟ ଓଗାଳିଥିଲେ ୪ ଦୁବୃର୍ତ୍ତ। ଦୁଇଟି ବାଇକରେ ଏହି ଦୁବୃର୍ତ୍ତମାନେ ଆସିଥିଲେ। ମୁହଁରେ କପଡା ବାନ୍ଧିବା ସହିତ ବାଇକର ନମ୍ବର ପ୍ଲେଟ ମଧ୍ୟ ଘୋଡାଇ ଦେଇଥିଲେ। ଜଣେ ଦୁବୃର୍ତ୍ତ ବାଇକ ପାଖରେ ରହିଥିବା ବେଳେ ଅନ୍ୟ ୩ଜଣ ରିକଭରି ଏଜେଂଟକୁ ଆକ୍ରମଣ କରିଥିଲେ।
କ୍ରିକେଟ ଷ୍ଟମ୍ପରେ ଅତି ନିର୍ଦ୍ଦୟ ଭାବେ ପ୍ରହାର କରିଚାଲିଥିଲେ। ରାସ୍ତାରେ ଏପରି ଗୁଣ୍ଡାରାଜ ଚାଲିଥିବା ବେଳେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ରୋକିବାକୁ ସାହସ ବି କରିପାରିନଥିଲେ। ଜୀବନ ବିକଳରେ ରିକଭରି ଏଜେଣ୍ଟ ଜଣଙ୍କ ଏକ ରାସନ ଦୋକାନ ଭିତରକୁ ପଶିଯାଇଥିଲେ। ଦୁବୃର୍ତ୍ତମାନେ ଦୋକାନ ଭିତରୁ ଟାଣିଆଣି ତଳେ ପକାଇ ପୁଣି ପିଟିଥିଲେ। ପୁରା ଘଟଣା ଏବେ ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି।