କରୋନା ମୁକାବିଲା ପାଇଁ ସହାୟତା: ମହିଳା ମହାସଂଘର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଫୁଲବାଣୀ: କରୋନା ମୁକାବିଲା ପାଇଁ ମହିଳା ମହାସଂଘର ସହାୟତା। ଆଜି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ସୁର୍ଡେଜୁ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୨ହଜାର ୧୦୧ ଟଙ୍କା ଦାନ କରାଯାଇଛି। ମହାସଂଘର ସଭାନେତ୍ରୀ ଲିଲି ନାୟକ ଏହି ଅର୍ଥ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଜ୍ୟୋତ୍ସ୍ନା ବେହେରା ଓ ଦକ୍ଷ ନଥିପତ୍ର ପରିଚାଳିକା ଶର୍ମିଷ୍ଟା ଗୁରୁ,ସମସ୍ତ ସଦସ୍ୟା,ସ୍ଥାନୀୟ ସମିତି ସଭ୍ୟ ଉମେଶ ବେହେରା ଏବଂ ଓଡିଶା ଜୀବିକା ମିଶନ ବିପିଏମ ଭାଗିରଥୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର