ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ କାମତା ଠାରେ ଥିବା ସରକାରୀ ନୋଡାଲ୍ ହାଇସ୍କୁଲର ଶିକ୍ଷକ ସଂଗ୍ରାମ ସାମନ୍ତରାୟଙ୍କର ଚଳିତ ମାସ ୧୩ ତାରିଖ ଦିନ ଅକାଳ ବିୟୋଗ ଘଟିଥିଲା। ଲକ୍ଷ୍ମୀପୁର ଠାରେ ରହୁଥିବା ସ୍ୱର୍ଗତ ସାମନ୍ତରାୟଙ୍କ ବିଧବା ପତ୍ନୀଙ୍କୁ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
କୋରାପୁଟ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଚୁକ୍ତି ଭିତିକ ଶିକ୍ଷକ ସଂଘ ତରଫରୁ ୧ଲକ୍ଷ ୧୭ହଜାର ୮ ସହ ୩୨ଟଙ୍କା(୧,୧୭,୮୩୨) ପ୍ରଦାନ କରାଯାଇଛ। ଏହି ଚେକ୍ ଟଙ୍କା ସଂଘର ସମସ୍ତ କର୍ମକର୍ତା ନିଜ ନିଜ ତରଫରୁ ପ୍ରଦାନ କରିଛନ୍ତି। ଚେକ୍ ପ୍ରଦାନ ସମୟରେ ସଂଘର ସଭାପତି ମନୋଜ ସୁନାନି, ଉପସଭାପତି କୈଳାସ ଚନ୍ଦ୍ର ବେହେରା, ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ, କୋଷାଧ୍ୟକ୍ଷ ରତିକାନ୍ତ ମହାନ୍ତି, ଲକ୍ଷ୍ମୀପୁର ବ୍ଲକ ସଭାପତି ଚକ୍ରଧର ଧର୍, ବୋରିଗୁମା ବ୍ଲକ ସଭାପତି ଜିତେନ୍ଦ୍ର କୁମାର ବେହେରା, ସଦସ୍ୟ ଭୀମ ବେହେରାଙ୍କ ସମେତ ତାଙ୍କ ଦାଦା ରମାକାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱର୍ଗତ ସାମନ୍ତରାୟ ଗତ ବର୍ଷ ମାର୍ଚ ମାସରେ ଲକ୍ଷ୍ମୀପୁର ଶିବ ମନ୍ଦିର ପୂଜାରୀ ସ୍ୱର୍ଗତ ଜଗନ୍ନାଥ ଶତପଥୀଙ୍କ ଝିଅ ବିଜୟଲକ୍ଷ୍ମୀ ଶତପଥୀଙ୍କୁ ବିବାହ କରିଥିଲେ। ତାଙ୍କ ବିୟୋଗ ଖବର ଶୁଣି ପରିବାର ସହ ଲକ୍ଷ୍ମୀପୁର ଅଚଂଳ ସମେତ ଜିଲ୍ଲା ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ବର୍ତମାନ ତାଙ୍କର ୫ ମାସର ଗୋଟିଏ ପୁଅ ଥିବା ବେଳେ ତାଙ୍କ ପରିବାର ଉପରେ ଦୁଃଖର ବାଦଲ ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/IMG-20201024-WA0039.jpg)