ବିଜୁ ଯୁବ ବାହିନୀ ପକ୍ଷରୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ସହାୟତା 

ଭବାନୀପାଟଣା: ଭବାନୀପାଟଣା ପୌରାଞ୍ଚଳ ବିଜୁ ଯୁବବାହିନୀ ତରଫରୁ କରୋନା ମୁକାବିଲା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ୪ ହଜାର ୧୦୦ ଟଙ୍କା କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀ ଚନ୍ଦନଙ୍କ ଜରିଆରେ ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ସୁରେନ୍ଦ୍ର ତ୍ରିପାଠୀ,  ବିଜୁ ଯୁବବାହିନୀ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା, ମହମ୍ମଦ ଇସମାଇଲ, କିଶୋର ଗହୀର, ମହମ୍ମଦ ମୋସିମ, ନବୀନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ବନ୍ଧିତ ଖବର