ଜୟପୁର: ପାର୍କଲାଇନ୍ ସାତଭଉଣୀ ମନ୍ଦିର ସମ୍ମୁଖରେ ପୌରପାଳିକାର ବିନା ଅନୁମତିରେ ରାସ୍ତାକୁ ଖୋଳି ପାଇପ ଲାଇନ ଜୈନେକ ବ୍ୟକ୍ତି ଘରକୁ ସଂଯୋଗ ନେଇଥିଲେ। ପୌରପାଳିକା ପକ୍ଷରୁ ଉକ୍ତ ଲାଇନକୁ ରାସ୍ତାରୁଖୋଳି ବାହାର କରି ଦିଆଯାଇଥିଲା। ଏବଂ ଉକ୍ତ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ତା’ ସହ ଉକ୍ତ ରାସ୍ତାକୁ ପୌରପାଳିକାର କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ବ୍ୟକ୍ତି ବିଶେଷ ଜଣକ କରିଛନ୍ତି।

Advertisment

ଆଗାମୀ ଦିନରେ ସହରର ଯେ କୌଣସି ଅଂଚଳରେ ଏଭଳି ବିନା ଅନୁମତିରେ ରାସ୍ତା ଖୋଳି କିଛି ବି କରାଗଲେ ଜରିମାନା ଆଦାୟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ସାଧାରଣରେ ଏହାକୁ ସ୍ବାଗତ କରିବା ସହ ଏହାକୁ ବ୍ୟାପକ କରିବାକୁ ମତ ପ୍ରକାଶ ପାଇଛି।