କଟକ: ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ପାଇଁ ହଜାର ହଜାର ସ୍କୁଲ ଭ୍ୟାନ ଚଳାଚଳ କରୁଛି । କିନ୍ତୁ କେବେ ଭାବିଛନ୍ତି ଆପଣଙ୍କ ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ? ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ବସରେ କଣ ବ୍ୟବସ୍ଥା ରହିବା ଆବଶ୍ୟକ? ଯାହାଫଳରେ ଛାତ୍ରଛାତ୍ରୀ ସୁରକ୍ଷିତ ରହି ପାରିବେ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଚାଲୁଥିବା ବସ ପାଇଁ ସୁପ୍ରିମକୋର୍ଟ କିଛି ନିୟମ ଜାରି କରିଛନ୍ତି ।

Advertisment

ଆଉ ଏହି ସବୁ ନିୟମକୁ ସ୍କୁଲ କର୍ତ୍ତୃପକ୍ଷ ପାଳନ କରୁଛନ୍ତି ନା ନାହିଁ ଜାଣିବା ପାଇଁ ଆଜି କଟକରେ ସମସ୍ତ ସ୍କୁଲ ବସ ଯାଞ୍ଚ କରାଯାଇଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠୁ କଡାକଡି ଯାଞ୍ଚ ହୋଇଛି କଟକର ସମସ୍ତ ସ୍କୁଲ ବସ । ରାଜ୍ୟ ପରିବହନ ବିଭାଗର ୩ଟି ଟିମ କଟକର ବିଭିନ୍ନ ସ୍କୁଲ ବସକୁ ଯାଞ୍ଚ କରି ଫାଇନ କାଟିଛି ।

publive-image

ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୭ ଦିନିଆ ସ୍ପେସାଲ ଡ୍ରାଇଭ ହାତକୁ ନେଇଛି ପରିବହନ ବିଭାଗ । ଗାଡିର ଡିଏଲ, ଫିଟନେସ, ଇନ୍ସୁରାନ୍ସ ଓ ଓଭରଲୋଡିଙ୍ଗ ଆଦିକୁ ଟିମ ଯାଞ୍ଚ କରିଛି । ତେବେ ଏହି କ୍ରମରେ ଆଜି ୭ଟି ସ୍କୁଲ ଗାଡି ଉପରେ ଫାଇନ ଲଗାଇଛି ଏମଭିଆଇ ଟିମ । ତେବେ ଆଜିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆହୁରି କଡାକଡି ଭାବରେ ପାଳନ କରାଯିବ ବୋଲି କୁହାଯାଇଛି |