ଭଦ୍ରକ: ପୁରୁଣା ବଜାର ଥାନା ଅନ୍ତର୍ଗତ ହଳଦିଡିହ ଗ୍ରାମର ମହମ୍ମଦ ସଫିଙ୍କ ପୁତ୍ର ଏହେସାନ ଅଜିମ ଏକ ଟାଟା ଏସି ମେଜିକ ଯାହାର ନମ୍ବର ଓ.ଡି-୨୨- ଡି-୮୬୩୩ ଗାଡି କିଣି ନିୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନି ଭଦ୍ରକ ଶାଖାରେ ବୀମା ଭୁକ୍ତ କରାଇ ଥିଲେ।
ଏହି ଗାଡିଟି ଗତ ତା ୧୯॰ ୦୧. ୨୦୧୯ ରିଖ ଦିନ ଅପରାହ୍ନ ୩.୩୦ମି. ସମୟେ ତିହିଡି ଥାନା ଚାରିତରଫ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନିଜେ ଗାଡି ମାଲିକ ଏହେସନ ଅଜମି ଗାଡି ଚଲାଉ ଥିବା ସମୟେଏହି ଦୁର୍ଘଟଣା ଘଟି ଥିବାରୁ ସେ ଗୁରୁତର ଆହାତ ହୋଇଥିଲେ।
ଆହତ ଅବସ୍ଥାରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକସ୍ଥିତ ଇଷ୍ଟ ପଏଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାାରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଭାଇ ଇର୍ସାଦ ଆଜମି ଗତ ତା ୨.୦୧.୨୦୧୯ ରିଖରେ ଏ ବିଷୟରେ ତିହିଡି ଥାନାରେ ଲିଖିତ ଏତଲା ଦେବା ପରେ ତିହିଡି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ଏହାପରେ ମାଲିକ ତଥା ଡ୍ରାଇଭର ଇର୍ସାଦ ଆଜମିକୁ ଗତ ତା୫.୦୬.୨୦୧୯ରିଖରେ ବେପରୁଆ ଗାଡି ଚାଳନା ପାଇଁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତଦନ୍ତ ପରେ ଗତ ତା. ୧୭.୦୭.୨୦୧୯ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା।
ଗାଡିଟି ବୀମାଭୁକ୍ତ ହୋଇଥିବାରୁ ସେ ନିୟୁ ଇଣ୍ଡିଆ ଆସ୍ୟୁରାନ୍ସ ବୀମା କମ୍ପାନି ଭଦ୍ରକ ଶାଖାରେ ବୀମା ଟଙ୍କା ପାଇବା ପାଇଁ ଜଣାଇବାରୁ ବୀମା କମ୍ପାନି ବିଭିନ୍ନ ସମୟରେ ଏହାର ତଦନ୍ତ କରି ଗାଡିଟି ଅନୁମତି ଠାରୁ ଅଧିକ ପରିମାଣରେ ପରିବହନ କରୁ ଥିବାରୁ ତାଙ୍କର ବୀମା ଟଙ୍କା ଫେରେଇବା ପାଇଁ ଗତ ତା.୧୫.୧୦.୨୦୧୯ ରିଖରେ ପ୍ରତ୍ୟାଖ୍ୟାନ କରି ଦେଇଥିଲା।
ଅନ୍ୟ କିଛି ଉପାୟ ନ ପାଇ ବାଧ୍ୟ ହୋଇ ଇର୍ସାଦ ଆଜମି ଭଦ୍ରକ ଜିଲ୍ଲା ଖାଉଟି ଅଦାଲତରେ ବୀମା କମ୍ପାନି ବିରୁଦ୍ଧରେ କେସ ନଂ -୧/୨୦ରେ ୫ ଲକ୍ଷ୪୮ ହଜାର ୩୩୭ ଟଙ୍କାର ଦାବିରେ ଏକ ମାମଲା ରୁଜୁ କରି ଥିଲେ। ମାନ୍ୟବର ଖାଉଟି ଅଦାଲତ ଉଭୟ ପକ୍ଷ ଶୁଣି ଗାଡିର କ୍ଷତି ବାବଦରେ ୧ ଲକ୍ଷ ୦୬ ହଜାର ୧୮୫ ଟଙ୍କା ଓ ଚାଳକର ଚିକିତ୍ସା ବାବଦରେ ୨ ଲକ୍ଷ ୨୫୨ ଟଙ୍କା ଓ ମକଦ୍ଦମା ଖର୍ଚ୍ଚ ବାବଦରେ ୧୦ ହଜାର ଟଙ୍କା ଓ ଆଦେଶ ଅମାନ୍ୟ କଲେ ଶତକଡା ୭ ହାରରେ ସୁଧ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇର୍ସାଦ ଆଜମିଙ୍କ ତରଫରୁ ଭଦ୍ରକର ଆଇନଜୀବୀ ବିନୟ କୁମାର ସ୍ଵାଇଁ ମାମଲା ପରିଚାଳନା କରୁଥିଲେ।