ଫିରିଙ୍ଗିଆ: ଯୁବତୀଙ୍କୁ ଅପହରଣ ଓ ବେଆଇନଭାବେ ଅଟକ ରଖିଥିବା ଅଭିଯୋଗରେ ଯୁବକଙ୍କୁ ଜେଲ୍ ଓ ଜରିମାନା ହୋଇଛି। ତେବେ ଗତ ୧୧- ୦୩- ୨୦ ତାରିଖରେ ଫିରିଙ୍ଗିଆ ଥାନାରେ ଜଣେ ଯୁବତୀଙ୍କ ଏତଲା ଆଧାରରେ କେଶ୍ ନମ୍ବର ୨୨ / ୨୦ ମାମଲା ରୁଜ୍ଜୁ ହୋଇଥିଲା।
ସୂଚନାଯୋଗ୍ୟ, ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମର ପ୍ରଶାନ୍ତ କୁମାର ମହାକୁଡ଼ ନାମକ ଜଣେ ଯୁବକ ଅଭିଯୋଗକାରିଣୀ ଯୁବତୀଙ୍କୁ ତାଙ୍କ ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅପହରଣ କରି ନେଇଥିଲା। ଏହାପରେ ତାଙ୍କୁ ଘରେ ଦୁଇମାସ ପର୍ଯ୍ୟନ୍ତ ଅଟକ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା। କିନ୍ତୁ ତାଙ୍କୁ ବିବାହ ନ କରି ଛାଡ଼ି ଦେଇଥିଲା। ଯୁବତୀ ଜଣକ କିଛି ଦିନ ଅପେକ୍ଷା କରିଥିଲେ ମଧ୍ୟ ଯୁବକ ଫେରି ନଥିଲା । ଏଣୁ ଯୁବତୀ ଥାନାରେ ମାମଲା ରୁଜୁ କରିଛନ୍ତି।
ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିିସ ଯୁବକଙ୍କ ବିରୋଧ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ବିଚାର କରି ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟର ମାନ୍ୟବର ଅତିରିକ୍ତ ଦୈ।ରା ଜଜ୍ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ଦୋଷୀ ଯୁବକଙ୍କୁ ଦଫା ୩୬୬/ ୩୪୪ରେ ଦଣ୍ଡିତ କରିଛନ୍ତି। ଦଫା ୩୬୬ ରେ ୩ ବର୍ଷ ଜେଲଦଣ୍ଡ ସହ ଦଶ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ତିନି ମାସ ଜେଲଦଣ୍ଡ ଏବଂ ଦଫା ୩୪୪ ରେ ଏକବର୍ଷ ଜେଲଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ଏକମାସ ଜେଲଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ସାଧାରଣ ଅଭିଯୋଜକ ବିଜୟକୃଷ୍ଣ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Screen-Shot-2019-12-12-at-5.19.08-PM.png)