କୋରାପୁଟ: ଖଣି ରାସ୍ତା ଅବରୋଧ ଯୋଗୁଁ ୪୪ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ଖଣି ଖନନ ରାସ୍ତାରେ ଗତ ଗୁରୁବାର ଦିନ ଠାରୁ ପଲ୍ଲିସଭା ଓ ଅଞ୍ଚଳରେ କାରଖାନା ପ୍ରତିଷ୍ଠା ନେଇ ୨୦ ଖଣ୍ଡ ଗାଁର ଗ୍ରାମବାସୀଙ୍କ ଆନ୍ଦୋଳନ ମଙ୍ଗଳବାର ପଞ୍ଚମ ଦିନରେ ପହଞ୍ଚିଛିା ପ୍ରଥମ ଦିନରୁ ବ୍ଲକ ପ୍ରଶାସନ ୩ ଦିନ ଧରି ବୁଝାସୁଝା କରିଥିବା ବେଳେ ସୋମବାର ରାତି କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର ଆନ୍ଦୋଳନକାରୀଙ୍କ ସହ ପ୍ରାୟ ଏକଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲୋ

ଆଲୋଚନା ପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ବାହାରିନଥିବା ବେଳେ ଆନ୍ଦୋଳନକାରୀ ପଲ୍ଲିସଭା ଓ କାରଖାନା ପ୍ରତିଷ୍ଠାରେ ଜିଦ୍‌ରେ ରହି ପଞ୍ଚମ ଦିନ ମଧ୍ୟ ଖଣି ରାସ୍ତା ଅବରୋଧ କରି ଧାରଣାରେ ବସି ରହିଥିଲୋ ଅନ୍ୟପକ୍ଷରେ କମ୍ପାନିର ଲୋକସଂପର୍କ ଅଧିକାରୀଙ୍କ ଅଭିଯୋଗେ କ୍ରମେ ଖଣି ରାସ୍ତା ଅବରୋଧ ସହ କର୍ମଚାରୀଙ୍କ ଧମକ ଚମକ ମାମଲାରେ ପୁଲିସ ୪୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛିା

ପଲ୍ଲିସଭା କରାଯାଇପାରିବ କି ନାହିଁ ତାହା ଜିଲ୍ଲା ପ୍ରଶାସନର କ୍ଷମତା ପରିସର ମଧ୍ୟରେ ନଥିବା ଯୋଗୁଁ ସେ ସମ୍ପର୍କରେ କିଛି କହିହେବ ନାହିଁ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିବା ବେଳେ ଆନ୍ଦୋଳନକାରୀ କିନ୍ତୁ ସେମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତିା ପଞ୍ଚମ ଦିନରେ ବ୍ଲକ ଅଥବା ଜିଲ୍ଲା ପ୍ରଶାସନ ତରଫରୁ ସମାଧାନ ସକାଶେ କେହି ହେଲେ ନପହଞ୍ଚିଥିବା ବେଳେ ପୁଲିସ ଆନ୍ଦୋଳନ ସ୍ଥଳରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ପଇଁତରା ମାରି ଘଟଣା ଉପରେ ନଜର ରଖିଛିା

ସମ୍ବନ୍ଧିତ ଖବର