ତାଳଚେର/ ଅନୁଗୁଳ: ବିଶ୍ବ ମହାମାରୀ କରୋନାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଥିବା ବେଳେ ଏମ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ ନିୟମ ଉଲ୍ଲଂଘନ କରିବା ମହଂଗା ପଡ଼ିଛି। ସଙ୍ଗରୋଧ କଟକଣା ଉଲ୍ଲଂଘନ କରିଥିବାରୁ ଡେରା ସରପଞ୍ଚ ରଶ୍ମିତା ପ୍ରଧାନ ଆଜି ତାଙ୍କ ଜିଲ୍ଲାପାଳ କ୍ଷମତା ବଳରେ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡିଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। କଲିୟରି ଥାନା ପୁଲିସ ଶ୍ରୀ ରେଡ୍ଡିଙ୍କ ବିରୋଧରେ କେସ୍‌ ନମ୍ବର ୧୭୪/୨୦ ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡି ତାଳଚେର ବ୍ଲକ ଡେରା ପ˚ଚାୟତର ଡେରାଠାରେ ଥିବା ଏମସିଏଲ କ୍ବାର୍ଟରରେ ରହନ୍ତି। ସେ କିଛି ଦିନ ପୂର୍ବରୁ ହାଇଦ୍ରାବାଦ ଗସ୍ତ କରିଥିଲେ। ହାଇଦ୍ରାବାଦରୁ ଫେରିବା ପରେ ନିୟମ ଅନୁଯାୟୀ ସେ ସଙ୍ଗରୋଧରେ ରହିବା କଥା। ତେବେ ଆଜି ପ୍ରବନ୍ଧକ ଶ୍ରୀ ରେଡୀ ତାଙ୍କ କ୍ବାର୍ଟରକୁ କିଛି ଖଣି ଅଧିକାରୀଙ୍କୁ ଡାକି ବୈଠକ କରୁଥିଲେ। ଏହି ଖବର ଡେରା ସରପ˚ଚ ରଶ୍ମିତା ପ୍ରଧାନ ପାଇବା ପରେ ବାସଭବନରେ ପହଂଚି ବୈଠକରୁ ନିବୃତ୍ତ ହେବାକୁ ପ୍ରବନ୍ଧକଙ୍କୁ କହିଥିଲେ। ଖବର ପାଇ ତହସିଲଦାର ଗୌରୀ ନାଏକ ମଧ୍ୟ ଘଟଣାସ୍ଥଳରେ ପହ˚ଚି ଶ୍ରୀ ରେଡ୍ଡିଙ୍କୁ ଗୃହର ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରବନ୍ଧକ ଶ୍ରୀ ରେଡ୍ଡି ତାଙ୍କ ଭୂଲ ହୋଇଛି ବୋଲି ମାନିବା ସହିତ ନିୟମ ଅନୁଯାୟୀ ସଙ୍ଗରୋଧରେ ରହିବେ ରହିବେ ବୋଲି କହିଥିଲେ। ମହାପ୍ରବନ୍ଧକ ଶ୍ରୀ ରେଡ୍ଡି ହାଇଦ୍ରାବାଦରୁ ଫେରିବା ପରେ ତାଙ୍କ ନାମ ପ˚ଜୀକରଣ ବି କରିନଥିଲେ ବୋଲି ତହସିଲଦାର ଶ୍ରୀମତୀ ନାଏକ ପ୍ରକାଶ କରିଥିଲେ।

ସରପଞ୍ଚ ତଥା ଜିଲ୍ଲାପାଳ କ୍ଷମତାପ୍ରାପ୍ତ ଅଧିକାରୀଣୀ ରଶ୍ମିତା ପ୍ରଧାନଙ୍କୁ ପଚାରିବାରୁ ସେ କହନ୍ତି ଯେ, ‌ସରକାରଙ୍କ କରୋନା ମହାମାରୀରର ନିୟମକୁ ହିଙ୍ଗୁଳା ମହାପ୍ରବନ୍ଧକ ପାଳନ କରୁନଥିବାରୁ ଆଜି ତାଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ତାଙ୍କ ବାସଭବନରେ ଏ ସଂକ୍ରାନ୍ତରେ ଏକ ନୋଟିସ୍ ଲଗାଯାଇଛି। ତାଳଚେର ଉପଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ଶ୍ରୀ ରେଡ୍ଡି ଯାଇଥିଲେହେଁ ସେ ଡେରା ପଞ୍ଚୟତକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇ ନାହିଁ। ତେଣୁ ଉପଜିଲ୍ଲାପାଳଙ୍କ ବିରୋଧରେ ମଧ୍ୟ ତାଳଚେର କୋଲିୟାରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଶ୍ରୀମତୀ ପ୍ରଧାନ କହିଛନ୍ତି। ଏନେଇ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ଶ୍ରୀ ରେଡ୍ଡିଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ୧୦ ତାରିଖ ଦିନ ସେ ବିଜୟୱାଡା ଯାଇଥିଲେ। ୧୨ ତାରିଖ ଦିନ ତାଳଚେର ଫେରିଥିଲେ। ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଏକ ବୈଠକ ହେଉଥିଲା। ତେଣୁ ସେ କିଛି ଲୋକଙ୍କୁ ଡକାଇଥି‌େଲ ବୋଲି ଶ୍ରୀ ରେଡ୍ଡି କହିଛନ୍ତି।