ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଗତ ୪ ତାରିଖ ସନ୍ଧ୍ୟାରେ ପୁଲିସର ମାଡ଼ରେ ଜଣେ ଠେଲା ମାଲିକ ଗୁରୁତର ହେବା ଘଟଣାରେ ଥାନାରେ ଏତଲା ହୋଇଛି। ବୀରମହରାଜପୁର ଥାନାରେ ଠେଲାମାଲିକ ସୁଦାମ ବିଶ୍ୱାଳ (୩୨)ଙ୍କ ପତ୍ନୀ ଗତକାଲି ପୁଲିସ ସବ ଇନ୍ସପେକ୍ଟର ବିଜୟ କୁମାର ବାରିକଙ୍କ ନାଁରେ ଏହି ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ ୪ ତାରିଖ ସନ୍ଧ୍ୟା ସମୟରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ପାଖରେ ଏକ ଠେଲାରେ ଜଳଖିଆ ଦୋକାନ କରି ଚଳୁଥିଲା ସୁଦାମ ବିଶ୍ୱାଳ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସୁଦାମଙ୍କ ଦୋକାନରେ ଲୋକେ ଜଳଖିଆ ଖାଉଥିବା ବେଳେ ପୁଲିସ ପହଂଚି ତୁମେ ମାସ୍କ ନ ପିନ୍ଧି ଓ ସାମାଜିକ ଦୂରତ୍ୱ ରକ୍ଷା କରୁନାହିଁ ବୋଲି କହିଥିଲା। ଏଥି ସହିତ ପୁଲିସ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା।
ସୂଚନାଯୋଗ୍ୟ, ଗୁରୁତର ସୁଦାମ ବିଶ୍ୱାଳଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ସାମାନ୍ୟ ଆଶ୍ୱସ୍ତିଲାଭ କରିବା ପରେ ଗତକାଲି ଘରକୁ ଫେରିଥିଲେ। କିନ୍ତୁ ଏବେ ପୁଣି ତାଙ୍କର ସ୍ୱାସ୍ୱ୍ୟ ଗୁରତର ହେବାରେ ଲାଗିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଅଥବା ରାଉରକେଲା ନେବାକୁ ପଡ଼ିବ। ଯଦିଓ ରେଡକ୍ରସ ପାଣ୍ଠି ୧୦ ହଜାର ଟଙ୍କା ମିିଳିଛି, ଏହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ଘରେ ଆର୍ଥିକ ସମସ୍ୟା ଲାଗି ରହିଥିବାରୁ କେମିତି ଚିକିତ୍ସା ହୋଇପାରିବ ପରିବାର ଲୋକେ ଚିନ୍ତିତ ଅଛନ୍ତି।
/sambad/media/post_attachments/wp-content/uploads/2020/09/49bb16a9-8ea4-4ff9-9ac8-f686c4516dda-1024x618.jpg)
ପୁଲିସର ମାଡ ଯୋଗୁଁ ଗରମ୍ ତେଲ କଢେଇରେ ଲାଠି ବାଜିବାରୁ ଗରମ ତେଲ ମୋ ଦେହସାରା ପଡ଼ିଗଲା ବୋଲି କହିଥିଲେ ସୁଦାମ। ସବୁଠାରୁ ପରିତାପର ବିଷୟ ହେଲା ଗରମତେଲ ପଡ଼ି ବିକଳ ଚିତ୍କାର କରୁଥିଲେ ସୁଦ୍ଧା ପୁଲିସ ତାଙ୍କୁ ଘଟଣାସ୍ଥଳରୁ ଡାକ୍ତରଖାନାକୁ ନ ନେଇ ପଳାଇ ଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ତେବେ ଏ ସମ୍ପର୍କରେ ସବ ଇନ୍ସପେକ୍ଟର ବିଜୟ କୁମାର ବାରିକ କହିଥିଲେ ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା କଥା। ଆମ ପୁଲିସ ଗାଡି ସୁଦାମର ଦୋକାନକୁ ଆଦୌ ଯାଇନାହିଁ। ମାଡତ ଦୂରର କଥା, ତାପାଖରେ ଥିବା ଅନ୍ୟ ଠେଲା ପାଖରେ ପୁଲିସ ଗାଡି ଲାଗି ଥିଲା। ସେଠାରେ ଲୋକ ଭିଡ ଜମାଇଥିଲେ। ପୁଲିସ ଗାଡି ଦେଖି ଲୋକେ ଦୌଡ଼ିଥିଲେ। ଏହା ପରେ କ’ଣ ଘଟିଲା ଆମକୁ ଜଣାନାହିଁ।
/sambad/media/post_attachments/wp-content/uploads/2020/09/aaece655-21e9-4d39-8a8e-db7d2943f6d1.jpg)
ଉପରୋକ୍ତ ଘଟଣାକୁ କେନ୍ଦ୍ରକରି ସାଧାରଣ ଜନତା ଗତକାଲି ବୀରମହାରାଜପୁର ମୁଖ୍ୟ ଛକଠାରେ ରାସ୍ତାରୋକ କରିଥିଲେ। ଏସ୍ଆଇ ବିଜୟ କୁମାର ବାରିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତ ସୁଦାମ ବିଶ୍ୱାଳଙ୍କୁ କ୍ଷତିପୂରଣ ଦାବିରେ ଓ ଚିକିତ୍ସା ସମସ୍ତ ଖର୍ଚ୍ଚ ଦେବା ଦାବିରେ ଏହି ଆନ୍ଦୋଳନ ହୋଇଥିଲା। ଖବରପାଇ ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ବୀରମହାରାଜପୁର ଥାନା ଅଧିକାରୀ ପ୍ରଭା ଧାନ ଉତ୍ୟକ୍ତ ଲୋକଙ୍କୁ ବହୁତ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bmpur-750x430-1.jpg)